କଟକ: ମିଳନ ଷ୍ଟୁଡିଓରେ ରେକର୍ଡ ହେଲା 'ଆଇ ଆମ୍ କାଳିଆ' ଚଳଚ୍ଚିତ୍ରର ଗୀତ । ଲି Bliss ଏଣ୍ଟରଟେନମେଣ୍ଟ ପକ୍ଷରୁ ଏହି ଚଳଚ୍ଚିତ୍ରରେ ଜଣେ ଦିବ୍ୟାଙ୍ଗଙ୍କୁ କଣ୍ଠଦାନ କରିବାର ସୁଯୋଗ ମିଳିଛି। ଉକ୍ତ ଦିବ୍ୟାଙ୍ଗ କଣ୍ଠଶିଳ୍ପୀ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ସନ୍ତୋଷ କୁମାର ମହାନ୍ତି ।
ଲି ବ୍ଲିସ ଏଣ୍ଟରଟେନମେଣ୍ଟ ଦ୍ବାରା ନିର୍ମାଣ ଏହି ସିନେମାର ପ୍ରଯୋଜକ ସୁବାସ ସାହୁ ରହିଥିବାବେଳେ ଲେଖକ ଓ ନିର୍ଦ୍ଦେଶକ ତଥା ହାସ୍ୟ ଅଭିନେତା ହରିହର ମହାପାତ୍ର ରହିଛନ୍ତି । ଉକ୍ତ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ବୈଦନାଥ ଦାସଙ୍କ ନେତୃତ୍ବରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଅସୀମା ପଣ୍ଡା, କୂଳଦୀପ, ଚରଣ, ସଂଜୁ, ପ୍ରଜ୍ଞା ଓ ସୁଭାଶିଷ କଣ୍ଠଦାନ କରିଛନ୍ତି । ପ୍ରଥମ କରି ଚଳଚ୍ଚିତ୍ରରେ ଦିବ୍ୟାଙ୍ଗକୁ କଣ୍ଠଦାନ କରିବାର ଏପରି ନିଆରା ଉଦ୍ୟମ କରିଛି ଲି bilss ଏଣ୍ଟରନେମେଣ୍ଟ । ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ପରିବାର ଓ ଜଗନ୍ନାଥପ୍ରେମୀଙ୍କୁ ନେଇ ଏହି ଚଳଚ୍ଚିତ୍ରର କାହାଣୀ ଆଧାରିତ।
ପ୍ରଥମକରି ଏହି ଚଳଚ୍ଚିତ୍ରରେ ଦିବ୍ୟାଙ୍ଗଙ୍କୁ କଣ୍ଠଦାନ କରିବାର ସୁଯୋଗ ଦିଆଯାଇଛି । ଆଗାମୀ ଦିନରେ ଏଭଳି ଅସହାୟ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଚଳଚିତ୍ର ସୁଯୋଗ ଦିଆଯିବା ନେଇ କହିଛନ୍ତି ପ୍ରଯୋଜକ ସୁବାସ ସାହୁ। ସନ୍ତୋଷଙ୍କ କହିଛନ୍ତି ଯେ, "ପୂର୍ବରୁ ଅନେକ ପ୍ରୋଗ୍ରାମ କରିଛି ହେଲେ ପ୍ରଥମଥର ପାଇଁ ଚଳଚ୍ଚିତ୍ରରେ ଗାଇବାକୁ ସୁଯୋଗ ଦେଇଥିବାରୁ ବୈଦ୍ୟନାଥ ସାହୁ ଓ ହରିହର ମହାପାତ୍ରଙ୍କୁ ଧନ୍ୟବାଦ ଜଣାଉଛି । ଆଜି ବହୁ ଖୁସି ଅନୁଭବ ହେଉଛି ଯେ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ମୋତେ ଏପରି ସୁଯୋଗ ମିଳିପାରିଛି । ଆଗାମୀ ଦିନରେ ସୁଯୋଗ ମିଳିଲେ ମଧ୍ୟ ଗୀତ ଏପରି ଗାଇବି ।"
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ