ETV Bharat / city

ଦୁଇଟି ମାମଲାରେ କୋର୍ଟରେ ହାଜର ହେଲେ ଧଳ ସାମନ୍ତ ଭ୍ରାତା - କଟକ ଜିଲ୍ଲା କୋର୍ଟରେ ହାଜର ହେଲେ ଧଳ ସାମନ୍ତ ଭ୍ରାତା

ସୋମବାର ପୁନଃ ଧଳ ସାମନ୍ତ ଭ୍ରାତାଙ୍କ ସହ ଅନ୍ୟ ଅଭିଯୁକ୍ତମାନେ କୋର୍ଟରେ ହାଜର ହୋଇଥିଲେ । କଟକର ବହୁ ଚର୍ଚ୍ଚିତ ଦୀପୁ ଏବଂ ଓମ୍‌ ଡବଲ ମର୍ଡର ସହ ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡ ମାମଲାରେ କୋର୍ଟରେ ହାଜର ହୋଇଥିଲେ ଧଳ ସାମନ୍ତ ଭ୍ରାତା । ଅଧିକ ପଢ଼ନ୍ତୁ

D Brothers Gangster: ଦୁଇଟି ମାମଲାରେ କୋର୍ଟରେ ହାଜର ହେଲେ ଧଳ ସାମନ୍ତ ଭ୍ରାତା

author img

By

Published : Dec 20, 2021, 9:29 PM IST

କଟକ: ସୋମବାର ପୁନଃ ଧଳ ସାମନ୍ତ ଭ୍ରାତାଙ୍କ ସହ ଅନ୍ୟ ଅଭିଯୁକ୍ତମାନେ କୋର୍ଟରେ ହାଜର ହୋଇଥିଲେ । କଟକର ବହୁ ଚର୍ଚ୍ଚିତ ଦୀପୁ ଏବଂ ଓମ୍‌ ଡବଲ ମର୍ଡର ସହ ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡ ମାମଲାରେ କୋର୍ଟରେ ହାଜର ହୋଇଥିଲେ ଧଳ ସାମନ୍ତ ଭ୍ରାତା । ଡବଲ ମର୍ଡର ମାମଲାରେ କୟୁମ୍‌ ଖାନ ନାମକ ଜଣେ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି ।

D Brothers Gangster: ଦୁଇଟି ମାମଲାରେ କୋର୍ଟରେ ହାଜର ହେଲେ ଧଳ ସାମନ୍ତ ଭ୍ରାତା

ଡବଲ ମର୍ଡର ମାମଲାରେ ଏହି ସାକ୍ଷୀଙ୍କୁ ମିଶାଇ ମୋଟ ୧୮ ଜଣଙ୍କର ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି । ଏହି ମାମଲାରେ ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା ଧଳ ସାମନ୍ତ ଭ୍ରାତାଙ୍କ ଅନ୍ୟ ସହଯୋଗୀମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ କଟକ ଜିଲ୍ଲା ଜଜ କୋର୍ଟରେ ହାଜର କରାଯାଇଥିଲା । ସେହିପରି ଡାଲି ବ୍ୟବସାୟୀ ଫାରୁକ ହତ୍ୟା ମାମଲାରେ ଚିତ୍ତ ରଞ୍ଜନ ପାତ୍ରଙ୍କ ନାମକ ଜଣେ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି ।

ଚିତ୍ତ ରଞ୍ଜନଙ୍କୁ ମିଶାଇ ଏହି ମାମଲାରେ ମୋଟ ୨୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି । ଫାରୁକ ହତ୍ୟା ମାମଲାରେ ଧଳ ସାମନ୍ତ ଭ୍ରାତା ଓ ସେମାନଙ୍କ ଡ୍ରାଇଭର ତଥା ସାର୍ପ ସୁଟର ଆରିଫ ଖାନ୍‌ ଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା । ଆସନ୍ତାକାଲି ଉଭୟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.