କଟକ: IIFL ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଏଥିପାଇଁ କମିଶନରେଟ ପୋଲିସକୁ ସାଧୁବାଦ ଜଣାଇଛନ୍ତି ଡିଜିପି ଅଭୟ । ଏହାସହ ଘଟଣାର ସଠିକ୍ ତଦନ୍ତ କରିଥିବାରୁ ଟିମ୍କୁ ପ୍ରଶଂସା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ପୁରା ଟିମକୁ ପୋଲିସ ମୁଖ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି ।
ସୂଚନା ଅନୁସାରେ,ଗତ ୧୯ ତାରିଖରେ କଟକ ନୟାସଡ଼କସ୍ଥିତ ଏକ ଘରୋଇ ଋଣ ଓ ନିବେଶ କେନ୍ଦ୍ର (ଆଇଆଇଏଫ୍ଏଲ୍)କୁ ୪ ଯୁବକ ଦୁଇଟି ବାଇକରେ ଆସି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ପାଖାପାଖି ୧୨ କୋଟି ଟଙ୍କାର ବନ୍ଧକ ସୁନା ଓ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ।
ଖବର ପାଇ ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରିଥିଲା । ଏଭଳି ବଡଧରଣର ଲୁଟର ତଦନ୍ତ ପାଇଁ କମିଶନରେଟ ପୋଲିସ ଏକ ଟିମ୍ ଗଠନ କରିଥିଲା । ମାତ୍ର ଅଳ୍ପ ଦିନରେ ମାମଲାର ଫର୍ଦ୍ଦାଫାସ କରିଛି କମିଶନରେଟପୋଲିସ । ଏଥିପାଇଁ ଟିମ୍ର ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ଡିଜିପି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ