କଟକ: ଦିଲ୍ଲୀ ହିଂସାର ପ୍ରମୁଖ କାରଣ ସୋସିଆଲ ମିଡିଆର ଅପବ୍ୟବହାର ବୋଲି କହିଛନ୍ତି ଆପ୍ ନେତା । ଅନେକ ଗୋଷ୍ଠୀ ଓ ବ୍ୟକ୍ତି ସମୂହ ହିଂସାକୁ ବୃଦ୍ଧି କରିବାରେ ସୋସିଆଲ ମିଡ଼ିଆକୁ ଅସ୍ତ୍ର କରିଥିଲେ।
ତେବେ ସମାନ ଦୃଶ୍ୟ ଏବେ ଓଡିଶାରେ ମଧ୍ୟ ପରିଲକ୍ଷିତ ହେଉଛି । ଯାହାଦ୍ବାରା ରାଜ୍ୟରେ ହିଂସା ବଢିବାରେ ଲାଗୁଛି । ତେବେ ଏହାର ସମାଧାନ ପାଇଁ ଆଜି (ଶୁକ୍ରବାର) ଡିଜିଙ୍କୁ ଭେଟିଛି ଆମ ଆଦମୀ ପାର୍ଟି ।
ଓଡିଶାରେ ସୋସିଆଲ ମିଡିଆର ବହୁଳ ବ୍ୟବହାର ହେଉଥିବା ବେଳେ ଅନେକ ବ୍ୟକ୍ତି ହିଂସାକୁ ଆମନ୍ତ୍ରିତ କଲା ଭଳି ପୋଷ୍ଟ କରୁଛନ୍ତି । ଯାହାକି ଆଗମୀ ଦିନରେ ଓଡିଶାରେ ହିଂସା ବଢିବାର ସମ୍ଭାବନା ରହିଛି ବୋଲି ଆପ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର। ଏହାର ସମାଧାନ ପାଇଁ ପୋଲିସ ଡିଜିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ଆପ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ