କଟକ: ଭୁବନେଶ୍ବରର ବିଜେପି ସାଂସଦ ତଥା ରାଷ୍ଚ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀଙ୍କ ପାଇଁ ବଢୁଛି ଅଡ଼ୁଆ। କୋଭିଡ ନିୟମ ଉଲ୍ଲଙ୍ଘନ କରି ଜନ୍ମଦିନ ପାଳନକୁ ନେଇ ସବୁଆଡେ ସମାଲୋଚନା କରାଯାଉଛି। ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କଟକ ବାରବାଟୀ ବିଧାୟକ ତଥା ବିଜେଡି ମୁଖପାତ୍ର ଦେବାଶିଷ ସାମନ୍ତରାୟ।
ଜଣେ ସାଂସଦ ତଥା ପୂର୍ବତନ ଆଇଏଏସ ଅଫିସର ହୋଇ ଏପରି କରିବା ଅନୁଚିତ। ତାଙ୍କ ବିବେକକୁ ଆହ୍ବାନ କରିଛନ୍ତି ଦେବାଶିଷ। ସେହିପରି ନିଜ ଭୋଟରଙ୍କ ନିକଟରେ କ୍ଷମା ମାଗିବାକୁ ସେ ପରାମର୍ଶ ଦେଇଛନ୍ତି। କେବଳ ଅପରାଜିତା ନୁହନ୍ତି ବରଂ ଯେଉଁ ଲୋକ ପ୍ରତିନିଧିମାନେ ଏପରି କୋଭିଡ ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି ସେମାନଙ୍କୁ ସମାଲୋଚନା କରିଛନ୍ତି ଦେବାଶିଷ। ସେମାନେ ଲୋକଙ୍କ ପାଖରେ ଭୁଲ ବାର୍ତ୍ତା ଦେବା ଅନୁଚିତ ବୋଲି କହିଛନ୍ତି।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ