ETV Bharat / city

ଡି ବ୍ରଦର୍ସ ସହଯୋଗୀକୁ ତଡିପାର ନିର୍ଦ୍ଦେଶ - D-Brothers Allies arrest

ଦାଦାବଟି ଆଦାୟ ସହ ସମ୍ପୃକ୍ତ ଥିବା ଡି ବ୍ରଦର୍ସ ସହଯୋଗୀ ଭାରତ ଭୂଷଣ ସ୍ବାଇଁଙ୍କୁ ତଡିପାର ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ଅଧିକ ପଢନ୍ତୁ...

ଡି ବ୍ରଦର୍ସ ସହଯୋଗୀକୁ ତଡିପାର ନିର୍ଦ୍ଦେଶ
ଡି ବ୍ରଦର୍ସ ସହଯୋଗୀକୁ ତଡିପାର ନିର୍ଦ୍ଦେଶ
author img

By

Published : Nov 29, 2020, 7:29 PM IST

କଟକ: ଟ୍ବିନସିଟିରେ ଦାଦାବଟିକୁ କମିଶନରେଟ ପୋଲିସର ମନା । ଏଥିରେ ଧରାପଡିଲେ ଦାଦାବଟି ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହ ରାଜ୍ୟ ବାହାରକୁ ପଠାଇବା ଭଳି ତଡିପାର ନିର୍ଦ୍ଦେଶ ମଧ୍ୟ ରହିଛି । ତେବେ ଦାଦାବଟି ଆଦାୟ ସହ ସମ୍ପୃକ୍ତ ଥିବା ଡି ବ୍ରଦର୍ସ ସହଯୋଗୀ ଭାରତ ଭୂଷଣ ସ୍ବାଇଁଙ୍କୁ ତଡିପାର ନିର୍ଦ୍ଦେଶ ଦିଆଯାଇଛି।

ଆଜି(ରବିବାର) କିଛି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ଭାରତ ଭୂଷଣ ନାଁରେ 15 ରୁ ଉର୍ଦ୍ଧ୍ବ ସଙ୍ଗୀନ ଅପରାଧ ମାମଲାରେ ଜଡିତ ଅଛି । ତେବେ ଦାଦାବଟି ମନା ଅଭିଯାନକୁ ଆହୁରି ସକ୍ରିୟ କରିବା ପାଇଁ ପୋଲିସ କମିଶନର ଏଭଳି ନିଷ୍ପତି ନେଇଛନ୍ତି ।

କଟକ-ଭୁବନେଶ୍ବରରେ ଦାଦାବଟି ଆଦାୟ ବିରୋଧରେ କଠୋର ହୋଇଛି କମିଶନରେଟ ପୋଲିସ । ଆଉ ଯଦି କେଉଁ ଲୋକର ଦାଦାବଟି ସମ୍ପର୍କୀତ ଅଭିଯୋଗ ରହିଛି, ସେମାନଙ୍କ ପାଇଁ ହେଳ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ଏହାଛଡା ଏସଏମଏସ, ୱାଟସପ ଓ ଟେଲିଗ୍ରାମରେ ଅଭିଯୋଗ କରିବା ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.