ETV Bharat / city

ମାତିଛନ୍ତି ସାଇବର ଠକ: କଷ୍ଟମର କେୟାରକୁ ଫୋନ କରୁଥିଲେ ସାବଧାନ ! - cyber crime through costumer number

ଏଣିକି ଗୁଗୁଲରେ କୌଣସି ପ୍ରକାର କଷ୍ଟମର କେୟାର ନମ୍ୱର ଖୋଜି କଲ କରନ୍ତି ତେବେ ଠକାମିର ଶିକାର ହୋଇପାରନ୍ତି । ଏଭଳି କିଛି ଏକାଧିକ ଘଟଣା ଏବେ ସାମ୍ମାନାକୁ ଆସିଛି । ଅଧିକ ପଢନ୍ତୁ...

ମାତିଛନ୍ତି ସାଇବର ଠକ; କଷ୍ଟମର କେୟାରକୁ ଫୋନ କରୁଥିଲେ ସାବଧାନ !

author img

By

Published : Jun 5, 2021, 11:03 PM IST

କଟକ: ବଦଳିଛି ସାଇବର ଅପରାଧର ତରିକା। ଲୋକଙ୍କୁ ଠକିବା ପାଇଁ ଅପରାଧି ମାନେ ବାଛୁଛନ୍ତି ନୂଆ ନୂଆ ଫଣ୍ଡା । ଏଣିକି ଗୁଗୁଲରେ କୌଣସି ପ୍ରକାର କଷ୍ଟମର କେୟାର ନମ୍ୱର ଖୋଜି କଲ କରିନ୍ତି ତେବେ ଠକାମିର ଶିକାର ହୋଇପାରନ୍ତି । ଏଭଳି କିଛି ଏକାଧିକ ଘଟଣା ଏବେ ସାମ୍ମାନାକୁ ଆସିଛି । ସେହିପରି ଲକଡ଼ାଉନ ଓ ସଟଡାଉନ ସମୟରେ ସାଇବର ଅପରାଧି ଅଧିକ ସକ୍ରିୟ ଭୂମିକା ନେଇଛନ୍ତି । ସାଇବର ଅପରାଧିକୁ ରୋକ ଲଗାଇବା ପାଇଁ କଟକ କମିଶନରେଟ ପୋଲିସ ଗଠନ କରିଛି ସାଇବର ସେଲ । ଗତ ୧୪ ଦିନ ଧରି ପୋଲିସର ଛାନବିନ ସମୟରେ ପୋଲିସ ହାତରେ ଲାଗିଛି ଅନଲାଇନରେ ଲୁଟ ହୋଇଥିବା ୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ।

ମାତିଛନ୍ତି ସାଇବର ଠକ; କଷ୍ଟମର କେୟାରକୁ ଫୋନ କରୁଥିଲେ ସାବଧାନ !

ଆପଣ କୌଣସି ଅସୁବିଧାରେ ପଡି ଗୁଗୁଲ ସର୍ଚ୍ଚ ଉପରେ ଭରସା କରୁଛନ୍ତି କି ? ଗୁଗୁଲ ସର୍ଚ୍ଚରେ କଷ୍ଟମର କେୟାର ନମ୍ବର ଖୋଜି କାହାକୁ କଲ କରୁଛନ୍ତି କି ? ଯଦି କରୁଥାନ୍ତି ତେବେ ହୋଇଯାନ୍ତୁ ସାବଧାନ । କାରଣ ଆପଣ ବି ହୋଇ ପାରନ୍ତି ଠକମିର ଶିକାର । ଏଭଳି ଠକାମିର ଶିକାର ହୋଇଥିବା ଏ ହେଉଛନ୍ତି ସେହି ବ୍ୟକ୍ତି ଜଣକ । ସିଡିଏ ୭ ନଂ ଅଞ୍ଚଳର ସରୋଜ କୁମାର ମିଶ୍ର । ନିଜର ଏକ ପ୍ଲାଏଟ୍‌ ଟିକେଟର ଯାତ୍ରା ତାରିଖ ପରିବର୍ତ୍ତନ କରିବା ପାଇଁ ଗୁଗୁଲରେ ହେଲ୍ପଲାଇନ ନିଂ ସର୍ଚ୍ଚ କରିଥିଲେ । ଗୁଗୁଲରେ ଠିକ ନମ୍ୱର ଦେଇଥିବ ଭାବି ପୁରା ଭରସାରେ ସେହି ନମ୍ୱରରେ କଲ କରି ସମସ୍ତ ତଥ୍ୟ ଦେଇଥିଲେ । ପ୍ଲାଏଟ ଟିକେଟ ବାହାନାରେ ସରୋଜ ଏକାଉଣ୍ଟରୁ ଚାଲିଯାଇଥିଲା ୭୦ ହଜାର ଟଙ୍କା । ପୋଲିସ ପାଖରେ ଅଭିଯୋଗ ପରେ ବି ଟଙ୍କା ଫେରି ପାଇବାର ଆଶା ନଥିଲା । ମାତ୍ର କଟକ ପୋଲିସ ତଦନ୍ତ କରି ୪୦ ହଜାର ଟଙ୍କା ଫେରି ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।

କୋରୋନା ପାଇଁ ସବୁଠି ଲକଡାଉନ ଓ ସଟଡାଉନ ପରିସ୍ଥିତି ରହିଛି । ଯାହାଫଳରେ ଏହି ସମୟର ଫାଇଦା ନେଇ ସାଇବର ଲୁଟେରା ମାନେ ଅଧିକ ସକ୍ରିୟ ହୋଇଯାଇଛନ୍ତି । କଟକରେ କେବଳ ସରୋଜ ନୁହଁନ୍ତି ଏ ଭଳି ଅନେକ ଲୋକଙ୍କ ଅଭିଯୋଗ ପହଞ୍ଚିବା ପରେ କଟକ ଡିସିପିଙ୍କ କାର୍ଯ୍ୟାଳୟ ପରିସରରେ ଗଠନ ହୋଇଥିଲା ସାଇବର ସେଲ । ସାଇବର ସେଲ ଟିମ ଉନ୍ନତ ମାନର ଜ୍ଞାନ କୌଶଳ ପରେ ୧୪ଟି ଘଟଣାର ତଦନ୍ତ କରି ଅନଲାଇନରେ ଲୁଟ ହୋଇଥିବା ୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଉଦ୍ଧାର କରିବାରେ ସଫଳ ହୋଇଛି । ତେବେ ତଦନ୍ତ ସମୟରେ କେତକ ନୂଆ ନୂଆ ଢଙ୍ଗରେ ଅନଲାଇନରେ ଟଙ୍କା ଲୁଟ ହେଉଥିବା ଘଟଣା ସାମ୍ମାକୁ ଆସିଛି । ସେ ମଧ୍ୟରେ ରହିଛି...

1. କିଛି ଲୋକ ରିୱାର୍ଡ ଅବା ଗିଫ୍ଟ ଜିତିଥିବା ବାହାନାରେ କଲ କରି ଠକାମିର ଶିକାର ହେଉଛନ୍ତି ।

2. କିଛି ଲୋକ କଷ୍ଟମର କ୍ୟାୟର ନମ୍ୱର ଜାଣିବା ଲାଗି ଗୁଗୁଲରେ ସର୍ଚ୍ଚ କରିବା ସମୟରେ ଠକାମିର ଶିକାର ହେଉଛନ୍ତି ।

3. କିଛି ନିର୍ଦ୍ଦିଷ୍ଟ ମୋବାଇଲ ଆପ ଗୁଗୁଲ ଷ୍ଟୋରରୁ ଡାଉନଲୋଡ କରିବା ପରେ ସେହି ଆପ ମୋବାଇର ସମସ୍ତ ତଥ୍ୟ ସଂଗ୍ରହ କରୁଛି । ଯାହାଫଳରେ ମୋବାଇଲେ ଇନଷ୍ଚଲ ଥିବା ବିଭିନ୍ନ ପେୟମେଣ୍ଟ ଆପରୁ ଟଙ୍କା ଗାୟବ ହେଉଛି ।

4. ଆଉ କିଛି ଅନଲାଇନ ଲୁଟେରା ଟାୱାର ବସାଇବା କହି କରୁଛନ୍ତି ଲୁଟ । ଲୁଟେରା ଲୋକଙ୍କୁ ପ୍ରଥମେ ୫ରୁ ୬ ହଜାର ଟଙ୍କା ପଠାଇ ଭରସା ଜିତିବା ପରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଅନଲାଇନରେ ଚୁନା ଲଗାଉଛି ।

5. ଓଲେକ୍ସ ଭଳି କେତକ ଆପରେ ମିଛ ପରିଚୟ ଦେଇ ଲୋକଙ୍କୁ କରୁଛନ୍ତି ଲୁଟ ।

6. ଲଟେରୀ ବାବଦକୁ ଅଧିକ ଟଙ୍କାର ପ୍ରଲୋଭନ ଦେଖାଇ ମ୍ୟାସେଜ କରି ଅଜଣା ଲିଙ୍କରେ କ୍ଲିକ କରି ଲୋକଙ୍କ ଏକାଉଣ୍ଟରୁ ଗାଏବ ହେଉଛି ଟଙ୍କା । 7. କ୍ରେଡିଟ କାର୍ଡର ବୈଧତା ଶେଷ ହୋଇଛି ବୋଲି କିଛି କଲ କରି ଲୁଟେରାରେ ମାନେ ଲୁଟ କରୁଛନ୍ତି ଟଙ୍କା ।

ତେବେ ଏଭଳି ଅନଲାଇନ ଲୁଟ ଭଳି କଟକ କମିଶନରେଟ ପୋଲିସ ନିକଟରେ ଆସିଥିବା ଅଭିଯୋଗର ୧୧୪ଟି ତଦନ୍ତ କରି ବଡ ସଫଳତା ମିଳିଛି । ୫ ଲକ୍ଷ ୫୨ ହଜାର ଟଙ୍କା ଉଦ୍ଧାର କରାଯାଇଥିବା ବେଳେ ସଂମ୍ପୃକ୍ତ ଲୋକେ ମଧ୍ୟ ତାଙ୍କର 40000 ଟଙ୍କା ଫେରି ପାଇଛନ୍ତି । ତେବେ ଏହି ସମସ୍ତ ଲୁଟ ପଛରେ କେବଳ ଇଞ୍ଜିନିୟରିଂ ଛାତ୍ରଙ୍କ ହାତ ରହୁଥିବା ବେଳେ ୱେଷ୍ଟ ବେଙ୍ଗଲ, ବିହାର, ଉତ୍ତର ପ୍ରଦେଶ ଓ ଝାରଖଣ୍ଡ ଆଦି ଅଞ୍ଚଳର ଲୁଟେରା ଅନଲାଇନରେ ମାତିଥିବା ଜଣାପିଡିଛି ।

ସାଧାରଣ ଜୀବନରେ ପ୍ରଯୁକ୍ତିବିଦ୍ୟା ଯେତିକି ବ୍ୟବହାର ବଢୁଛି ସେତିକି ସାଇବର ଅପରାଧିଙ୍କ କ୍ରାଇମ ମଧ୍ୟ ବଢୁଛି । ଏହାରି ମଧ୍ୟରେ ସାମାନ୍ୟ ସଚେତନତାର ଅଭାବ ଯୋଗୁଁ ଠକିବାରେ ସକ୍ଷମ ହେଉଛନ୍ତି ସାଇବର ଅପରାଧି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.