କଟକ: କଟକରେ ଶିଶୁ ବିକ୍ରି ଅଭିଯୋଗରେ ଜାରି ରହିଛି ତଦନ୍ତ । ବୁଧବାର ଏଭଳି ଅଭାବନୀୟ ଦୃଶ୍ୟ ସିଡିଏ ମର୍କତନଗର ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଏନେଇ ଥାନାରେ ମଧ୍ୟ ସୂଚନା ଦିଆଯାଇଛି । କିନ୍ତୁ ଥାନାରେ ଦିଆଯାଇଥିବା ସୂଚନାକୁ ନେଇ ମଧ୍ୟ ଯାଞ୍ଚ କରୁଛି ସିଡବ୍ଲୁସି ।
ଏପଟେ ତମାମ ଦିଗ ଉପରେ ନଜର ରଖିଛି ସିଡବ୍ଲୁସି । ଯଦି ଏହି ମାମଲାରେ ପରିବାର ଲୋକେ ସମ୍ପୃକ୍ତି ଥାଏ କିମ୍ବା ଘଟଣାର ଅନ୍ୟ କେହି ଅଭିଯୁକ୍ତ ଚିହ୍ନଟ ହୁଏ । ତେବେ ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେ ପର୍ଯ୍ୟନ୍ତ କିଛି ନିଷ୍କର୍ସ ନ ବାହାରିଛି ସେ ପର୍ଯ୍ୟନ୍ତ ସିଡବ୍ଲୁସି ସ୍କାନରେ ରହିବ ଶିଶୁ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ