ETV Bharat / city

ଶଙ୍କରପୁର ପରିଡା ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ସିଏମସି - କୋରୋନା

ରାଜ୍ୟରେ ଯେଉଁ ବେଗରେ କୋରୋନା ମାଡି ଚାଲିଛି ତାକୁ ନିୟନ୍ତ୍ରଣ କରିବା ଏବେ କାଠିକର ପାଠ ସାଜିଛି । ଲକଡାଉନ ଓ ସଟଡାଉନ ମଧ୍ୟରେ କୋରୋନାକୁ ମୁକାବିଲା କରିବା ପ୍ରକ୍ରିୟା ଜାରି ରହିଛି ।

ଶଙ୍କରପୁର ପରିଡା ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ସିଏମସି

author img

By

Published : Jul 22, 2020, 11:28 AM IST

କଟକ: ସହରରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ମହାନଗର ନିଗମ ଅଞ୍ଚଳରୁ କୋରୋନା ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ମହାନଗର ନିଗମର 37 ନମ୍ବର ୱାର୍ଡ ଅନ୍ତର୍ଗତ ଶଙ୍କରପୁର ପରିଡା ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ସିଏମସି।

ଉକ୍ତ ଅଞ୍ଚଳରେ ୧୬ ସ୍ଥାନୀୟ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ(ସିଏମସି)। ଏହି ଅଞ୍ଚଳର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। କୌଣସି ବାହାର ଲୋକ ଉକ୍ତ ଅଞ୍ଚଳ ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ। କିମ୍ବା ଉକ୍ତ ଅଞ୍ଚଳର କୌଣସି ଲୋକ ବାହାରକୁ ଯାଇ ପାରିବେ ନାହିଁ।

ସେହିପରି ଉକ୍ତ ସ୍ଥାନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବ ସିଏମସି। ଏହି ସମୟରେ ଘର ଘର ବୁଲି ସାନିଟାଇଜ କରାଯିବ। ଆସନ୍ତାକାଲି ଠାରୁ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯିବ । ତେବେ ଉକ୍ତ ଅଞ୍ଚଳ ମଧ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏଥିସହ କଟକ ମହାନଗର ନିଗମ ଅଞ୍ଚଳରେ ୪ ଟି କଣ୍ଟେନମେଣ୍ଟ ଜୋନ କରାଯାଇଛି।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ସର୍ବାଧିକ କୋରୋନା ଚିହ୍ନଟ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ 1078 ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ମିଶାଇ ରାଜ୍ୟରେ ମୋଟ କୋରୋନା ସଂଖ୍ୟା 19835ରେ ପହଞ୍ଚିଛି । କୋରୋନା ଯୋଗୁଁ ଆଉ 5 ଜଣଙ୍କ ଜୀବନ ଯାଇଛି । ବର୍ତ୍ତମାନ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 108ରେ ପହଞ୍ଚିଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ପ୍ରାଣ ହରାଇଥିବା 5 ଜଣଙ୍କ ମଧ୍ୟରେ 3 ଜଣ ଗଞ୍ଜାମ, ଜଣେ କନ୍ଧମାଳ ଓ ଗଜପତିର ଅଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.