ETV Bharat / city

ନୂଆ ବସ ଟର୍ମିନାଲ ଓ ତାଳଦଣ୍ଡା କେନାଲ ରାସ୍ତା ସମ୍ପ୍ରସାରଣ ନେଇ ବସିଲା ବୈଠକ

କଟକକୁ ନେଇ ସରକାର ଦେଖିଥିବା ସ୍ୱପ୍ନର ସ୍ଥିତି ସମୀକ୍ଷା କରିଛନ୍ତି ଖୋଦ ଆରଡିସି ଅନୀଲ ସାମଲ । ପ୍ରଥମ କରି ନେତାଜୀ ବସ ଟର୍ମିନାଲ ପାଇଁ ଯେଉଁ ମନ୍ଦିର ଓ ମୃତଦେହ ଦାହ ସ୍ଥାନ ରହିଛି ତାହାକୁ ସ୍ୱତନ୍ତ୍ର ଭାବରେ ଅଲଗା କରାଯିବ ଓ ତାହାର ସୌନ୍ଦର୍ଯ୍ୟକରଣ କରାଯିବ । ଅଧିକ ପଢନ୍ତୁ...

ନୂଆ ବସ ଟର୍ମିନାଲ ଓ ତାଳଦଣ୍ଡା କେନାଲ ରାସ୍ତା ସମ୍ପ୍ରସାରଣ ନେଇ ବସିଲା ବୈଠକ
ନୂଆ ବସ ଟର୍ମିନାଲ ଓ ତାଳଦଣ୍ଡା କେନାଲ ରାସ୍ତା ସମ୍ପ୍ରସାରଣ ନେଇ ବସିଲା ବୈଠକ
author img

By

Published : Feb 19, 2021, 8:26 PM IST

କଟକ: ଖାନ ନଗର ନେତାଜୀ ବସ ଟର୍ମିନାଲ ଓ ତାଳଦଣ୍ଡା କେନାଲ ରାସ୍ତା ସମ୍ପ୍ରସାରଣ ନେଇ ଆରଡିସି ଡାକିଲେ ବୈଠକ । କଟକକୁ ନେଇ ସରକାର ଦେଖିଥିବା ସ୍ୱପ୍ନର ସ୍ଥିତି ସମୀକ୍ଷା କରିଛନ୍ତି ଖୋଦ ଆରଡିସି ଅନୀଲ ସାମଲ । ପ୍ରଥମ କରି ନେତାଜୀ ବସ ଟର୍ମିନାଲ ପାଇଁ ଯେଉଁ ମନ୍ଦିର ଓ ମୃତଦେହ ଦାହ ସ୍ଥାନ ରହିଛି ତାହାକୁ ସ୍ୱତନ୍ତ୍ର ଭାବରେ ଅଲଗା କରାଯିବ ଓ ତାହାର ସୌନ୍ଦର୍ଯ୍ୟକରଣ କରାଯିବ ।

ଏହାସହ ସେଠାରେ ସିଏମସି ଅଧୀନରେ ଥିବା ବାସଗୃହ, ମାଇକ୍ରୋ କମ୍ପୋଷ୍ଟିଙ୍ଗ କେନ୍ଦ୍ର ରାତ୍ର ଆଶ୍ରୟ ସ୍ଥଳକୁ ମଧ୍ୟ ଏକ ମାସ ମଧ୍ୟରେ ସ୍ଥାନାନ୍ତର କରାଯିବ। ବସଷ୍ଟାଣ୍ଡ ପାଇଁ ଚିହ୍ନଟ ହୋଇଥିବା ଜମିରେ ପାଇଁ ନିର୍ମାଣ ହେବ ପ୍ରାଚୀର । ଏହାସହ ଖୁବ୍ ଶୀଘ୍ର ପ୍ରେସ ଛକ ନିକଟରୁ ଖାନ ନଗର ରିଙ୍ଗ ରୋଡ଼ ସମ୍ପ୍ରସାରଣ ନିମନ୍ତେ ନକ୍ସା ପ୍ରସ୍ତୁତ ହେବ ।

ଏହାସହ ତାଳଦଣ୍ଡା କେନାଲ ରୋଡ଼ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆରଡିସି । ବିସ୍ଥାପିତ ହେବାକୁ ଥିବା ବସ୍ତି ବାସିନ୍ଦାଙ୍କୁ କିପ୍ର ସୁରକ୍ଷିତ ଚାଉଳିଆଗଞ୍ଜ ଓ ନୂଆପଡା ଅଞ୍ଚଳକୁ ସ୍ଥାନାନ୍ତରିତ କରାଯିବ । ତାହାକୁ ନେଇ ଡିସିପିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଆରଡିସି । ତେବେ ଆଜିର ବୈଠକରେ ଆରିଡିସି ଅନୀଲ ସାମଲ, ଡିସିପି ପ୍ରତୀକ ସିଂ, ସିଏମସି କମିଶନର ଅନନ୍ୟା ଦାସ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.