ETV Bharat / city

ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୋଷୀକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ - ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ପୋକ୍ସୋ କୋର୍ଟଙ୍କ ଶୁଣାଣି

ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାରେ ଅଭିଯୁକ୍ତକୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଅଭିଯୁକ୍ତ ଖୋକନ ମାଇତି ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

cuttack pocso court convicted accused life sentence
ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୋଷୀକୁ ଆଜୀବନ ଦଣ୍ଡାଦେଶ
author img

By

Published : May 31, 2022, 12:37 PM IST

କଟକ: ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାରେ ଅଭିଯୁକ୍ତକୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ କୋର୍ଟ କହିଛନ୍ତି । ୧୧ ଜଣ ସାକ୍ଷ୍ୟ ପ୍ରମାଣ ଓ ୧୮ଟି ଡକ୍ୟୁମେଣ୍ଟ ଆଧାରରେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର ୩୦, ୨୦୧୯ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରିଥିବା ମାମଲାର ବିଚାର କରି କୋର୍ଟ ରାୟ ଶୁଣାଇଛନ୍ତି ।

ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୋଷୀକୁ ଆଜୀବନ ଦଣ୍ଡାଦେଶ

ଅଭିଯୁକ୍ତ ଖୋକନ ମାଇତି ପୂର୍ବ ମେଦିନୀପୁରରେ ହୋଇଥିବା ଜଣାପଡ଼ିଛି । ସେ ଟାଙ୍ଗୀ ଥାନା ଏକ ଭଡ଼ା ଘରେ ରହୁଥିବା ବେଳେ ଘର ଉପରେ ରହୁଥିବା ଜଣେ ନାବାଳିକାକୁ ଏକୁଟିଆ ଦେଖି ଦୁଷ୍କର୍ମ କରିଥିଲା । ବାରମ୍ବାର ଦୁଷ୍କର୍ମ କରି ତାକୁ ଗର୍ଭବତୀ କରିଥିଲା ଏବଂ କାହାକୁ ନକହିବା ପାଇଁ ଧମକ ମଧ୍ୟ ଦେଇଥିଲା । ଏପରିକି ଗର୍ଭନଷ୍ଟ କରିବା ପାଇଁ ପୀଡ଼ିତାଙ୍କୁ କୋଲକାତା ନେଇକି ଯାଇଥିଲା । ତେବେ ଏ ନେଇ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ କରି କୋଲକାତା ଅଭିଯୁକ୍ତକୁ ଗିରଫ କରିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.