ETV Bharat / city

CMC ଦଖଲ କରିବ ବିଜେପି: କଟକ ନଗର BJP ସଭାପତି - କଟକ ଖବର

ପାଖେଇ ଆସୁଛି ପୌର ନିର୍ବାଚନ। ସରଗରମ ରହିଛି କଟକ ମହାନଗର ନିଗମରେ ଅଧୀନରେ ଥିବା 59ଟି ୱାର୍ଡ। ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ଏନେଇ ଅଣ୍ଟା ଭିଡି ସାରିଛନ୍ତି। ଏକପ୍ରକାର ତ୍ରିମୁଖୀ ଲଢେଇ ପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତି ଚାଲିଛି । ଅଧିକ ପଢନ୍ତୁ

CMC ଦଖଲ କରିବ ବିଜେପି: କଟକ ନଗର BJP ସଭାପତି
CMC ଦଖଲ କରିବ ବିଜେପି: କଟକ ନଗର BJP ସଭାପତି
author img

By

Published : Feb 15, 2022, 7:54 PM IST

କଟକ: ପାଖେଇ ଆସୁଛି ପୌର ନିର୍ବାଚନ। ସରଗରମ ରହିଛି କଟକ ମହାନଗର ନିଗମରେ ଅଧୀନରେ ଥିବା 59ଟି ୱାର୍ଡ। ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ଏନେଇ ଅଣ୍ଟା ଭିଡି ସାରିଛନ୍ତି। ଏକପ୍ରକାର ତ୍ରିମୁଖୀ ଲଢେଇ ପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତି ଚାଲିଛି ।

ତେବେ ନିର୍ବାଚନକୁ ନେଇ କଟକ ନଗର ବିଜେପି ସଭାପତି ବଡ ଦାବି କରିଛନ୍ତି । କହିଛନ୍ତି ବିଜେଡିର ଅସଲ ଯୋଜନା ଲୋକ ଜାଣି ସାରିଛନ୍ତି। କଳା ଟଙ୍କା ବିନିଯୋଗ ଓ ସଂରକ୍ଷଣ ତାଲିକାରେ ପରିବର୍ତ୍ତନ କରି ବିଜୟ ହେବା ଲକ୍ଷ୍ୟରେ ରହିଛି ବିଜେଡି। କିନ୍ତୁ ତାହା ହେବାକୁ ଦେବନି ଭାରତୀୟ ଜନତା ପାର୍ଟି । ଦଳ ଯେଉଁ ନିୟମ ରହିଛି ସେହି ଅନୁସାରେ ନିର୍ବାଚନ ଲଢିବ ।

CMC ଦଖଲ କରିବ ବିଜେପି: କଟକ ନଗର BJP ସଭାପତି

ଆଉ ମହାନଗର ନିଗମରେ ପୌର ପରିଷଦ ଗଠନ ସହ ବିଜେପି ପ୍ରାର୍ଥୀ ମେୟର ହେବେ ବୋଲି ସେ କହିଛନ୍ତି । ତେବେ ନିର୍ବାଚନ ପୂର୍ବରୁ ଲୋକଙ୍କ ନିକଟରେ ବାସ୍ତବତା ବାରି ହୋଇ ପଡୁଛି। ନିର୍ବାଚନ ସମୟରେ ଏହାର ସଠିକ ଉତ୍ତର ଦିଆଯିବ ଓ ମେୟର ପଦବୀ ବିଜେପି ହାତେଇବା ଏକପ୍ରକାର ସ୍ପଷ୍ଟ ବୋଲି କହିଛନ୍ତି ସେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.