ETV Bharat / city

କଟକ ରେଳ ଷ୍ଟେସନର ବିକାଶ କାର୍ଯ୍ୟ ସମୀକ୍ଷା କଲେ ସାଂସଦ

author img

By

Published : Oct 2, 2022, 9:35 AM IST

କଟକ ରେଳ ଷ୍ଟେସନର ବିକାଶ କାର୍ଯ୍ୟକୁ ସମୀକ୍ଷା କଲେ ସାଂସଦ ଭର୍ତ୍ତୃହରି ମହତାବ (Cuttack MP Bhartruhari Mahtab) । ରେଳଯାତ୍ରୀ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି ସାଂସଦ । ଅଧିକ ପଢନ୍ତୁ

କଟକ ରେଳ ଷ୍ଟେସନର ବିକାଶ ଦିଗ ସମୀକ୍ଷା କଲେ ସାଂସଦ

କଟକ: ରେଳ ଷ୍ଟେସନର ବିକାଶ ଦିଗକୁ ସମୀକ୍ଷା କଲେ ସାଂସଦ ଭର୍ତ୍ତୃହରି ମହତାବ((Cuttack MP Bhartruhari Mahtab)। ଷ୍ଟେସନକୁ ନୂଆ ରୂପ ଦେବାରେ କେନ୍ଦ୍ର ରେଳ ମନ୍ତ୍ରଳାୟ ରଖିଥିବା ଲକ୍ଷ୍ୟକୁ ତଦାରଖ କରିଛନ୍ତି ସାଂସଦ ।

ଦିନକୁ ଦିନ କଟକ ରେଳ ଷ୍ଟେସନରେ ଯାତ୍ରୀ ଓ ଟ୍ରେନ ସଂଖ୍ୟା ବୃଦ୍ଧି ପାଉଛି । ଏହି ସମୟରେ ଯାତ୍ରୀଙ୍କର ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦେବା ସହ ଖୋର୍ଦ୍ଧା ଡିଆରଏମଙ୍କ ସହ ଅଲୋଚନା କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ତେବେ ରେଳ ଷ୍ଟେସନର ପୂର୍ବ ପ୍ରବେଶ ପଥ ପାଇଁ ଯେଉଁ 6 କୋଟି ଟଙ୍କା ମଞ୍ଜୁରୀ ହୋଇଛି ତାହାର କାମ ଆସନ୍ତା ଜାନୁଆରୀ ମଧ୍ୟରେ ଶେଷ ହେବ । ଏହାସହ ବଙ୍କର ନିର୍ମାଣ, ଲିଫ୍ଟ ସଂଖ୍ୟା ବୃଦ୍ଧି କରିବା ଓ ରେଳ ଯାତ୍ରା ସମୟରେ କୌଣସି ଅସୁବିଧାର ସମୁଖୀନ ନହେବା ଦିଗରେ ମଧ୍ୟ ଆଲୋଚନା କରିଥିଲେ ସାଂସଦ। ତେବେ ଏହି ଗସ୍ତ ସମୟରେ ସାଂସଦଙ୍କ ସହ ସ୍ଥାନୀୟ ବିଧାୟକ, ଜିଲ୍ଲାପାଳ, ଖୋର୍ଦ୍ଧା ଡିଆରଏମ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ: ଫିକା ପଡିବ ପାର୍ବଣ, ସପ୍ତମୀରୁ ଦଶମୀ ଯାଏଁ ପ୍ରବଳ ବର୍ଷିବ !

ଏନେଇ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ," ଯାତ୍ରୀମାନଙ୍କ ସଂଖ୍ୟା ବଢିଛି । ତାସହ ଟ୍ରେନ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି । ସେହି ଦୃଷ୍ଟିରୁ କଟକ ରେଳ ଷ୍ଟେସନର ବିକାଶ ମଧ୍ୟ ଦରକାର ହେଉଛି । ଆନନ୍ଦର କଥା ଯେ ରେଳ ଷ୍ଟେସନର ବିକାଶ ପାଇଁ ବଜେଟ ଅନୁମୋଦନ ହୋଇଥିଲା । ଏବଂ ସେହି କାର୍ଯ୍ୟର ତଦାରଖ କରିବା ପାଇଁ ମୁଁ ଆସିଥିଲି । ଆମର ପୂର୍ବପଟରେ ଥିବା ପ୍ରବେଶ ପଥରେ ୬ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଉନ୍ନତି କରାଯାଉଛି । ଆସନ୍ତା ଜାନୁଆରୀ ମଧ୍ୟଭାଗ ମକର ସଂକ୍ରାନ୍ତି ଦିନ ଏହାର ଉଦଘାଟନ କରାଯିବ । ରେଳଯାତ୍ରୀ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.