ETV Bharat / city

ଶିଶୁ ଭବନରେ ଚିକିତ୍ସିତ ଶିଶୁଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିଲେ ମେୟର

author img

By

Published : Oct 16, 2022, 10:29 PM IST

ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମ କରି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଛନ୍ତି ବିଜେଡି ନେତା ଓ କର୍ମୀ । ଏହି କ୍ରମରେ କଟକ ମେୟର ସୁବାସ ସିଂ ଶିଶୁ ଭବନରେ ଚିକିତ୍ସିତ ହେଉଥିବା ସମସ୍ତ ଶିଶୁଙ୍କୁ ଫଳ ବଣ୍ଟନ କରି ସେମାନଙ୍କ ଆରୋଗ୍ୟ କାମନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଥିଲେ । ଅଧିକ ପଢ଼ନ୍ତୁ

ଶିଶୁ ଭବନରେ ଚିକିତ୍ସିତ ଶିଶୁଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିଲେ ମେୟର
ଶିଶୁ ଭବନରେ ଚିକିତ୍ସିତ ଶିଶୁଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିଲେ ମେୟର

କଟକ: ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିନ । ଏହି ଅବସରରେ ବିଭିନ୍ନ ଜନସେବା ମୂଳକ କାର୍ଯ୍ୟକ୍ରମ କରି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଛନ୍ତି ବିଜେଡି ନେତା ଓ କର୍ମୀ । ଏହି କ୍ରମରେ କଟକ ମେୟର ସୁବାସ ସିଂ ଶିଶୁ ଭବନରେ ଚିକିତ୍ସିତ ହେଉଥିବା ସମସ୍ତ ଶିଶୁଙ୍କୁ ଫଳ ବଣ୍ଟନ କରି ସେମାନଙ୍କ ଆରୋଗ୍ୟ କାମନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଥିଲେ ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୭ ବର୍ଷରେ ପଦାର୍ପଣ କରିଛନ୍ତି ଓଡିଶା ରାଜନୀତିର ଅପରାଜୟ ନାୟକ(CM Naveen Patnaik turns 77 today) । ତାଙ୍କର ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଛନ୍ତି । ସରଳ ବ୍ୟକ୍ତିତ୍ବ ଓ ନିର୍ମଳ ଭାବମୂର୍ତ୍ତି ନବୀନଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି । ଲୋକପ୍ରିୟ ନେତା ଭାବେ ସ୍ବଳ୍ପଭାଷୀ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ହୃଦୟରେ ରାଜ୍ କରୁଛନ୍ତି । ତାଙ୍କ ନାଁରେ ଓଡିଶାକୁ ସର୍ବାଧିକ କାଳ ଶାସନ କରିଥିବାର ରେକର୍ଡ ରହିଛି ।

ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ବିଭିନ୍ନ ଉପାୟରେ ପାଳୁଛନ୍ତି ବିଜେଡି ନେତା ଓ କର୍ମୀ । ବିଭିନ୍ନ ଜନସେବା ମୂଳକ କାର୍ଯ୍ୟକ୍ରମ କରି ଦଳୀୟ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି । ଏହି କ୍ରମରେ କଟକ ନଗର ବିଜେଡି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ରକ୍ତ ଦାନ ଶିବିର, ଫଳ ବଣ୍ଟନ, ବୃକ୍ଷ ରୋପଣ ଭଳି ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ସେହିଭଳି କଟକ ମେୟର ସୁବାସ ସିଂ ଶିଶୁ ଭବନରେ ଚିକିତ୍ସିତ ହେଉଥିବା ସମସ୍ତ ଶିଶୁଙ୍କୁ ଫଳ ବଣ୍ଟନ କରି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.