କଟକ: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କୋରୋନା ସଂକ୍ରମଣ ସଂଖ୍ୟା । ଓଡିଶା ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଉଥିବା ଆଶଙ୍କା କରାଯାଉଥିବାବେଳେ କଟକରେ କିନ୍ତୁ ଗୋଷ୍ଠୀ ସଂକ୍ରମଣର ଭୟ ନଥିବା କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।
କଟକ ଜିଲ୍ଲାପାଳ କହିଛନ୍ତି ଯେ ପ୍ରବାସୀଙ୍କ ଆସିବା ପରେ କଟକରେ ବଢିଛି କୋରୋନା ସଂକ୍ରମଣ । ତେବେ ଏହା ଗୋଷ୍ଠୀ ସଂକ୍ରମଣରେ ପରିବର୍ତ୍ତିତ ହୋଇନାହିଁ । ଏହାଛଡ଼ା ସିଏମସି ଅଧିନରେ ଯେଉଁ ମାମଲାଗୁଡିକ ସମ୍ନାକୁ ଆସିଛି ସେଥିରେ ମଧ୍ୟ ସାମୂହିକ ସଂକ୍ରମଣର ଆଶଙ୍କା କମ ।
ଅନ୍ୟପକ୍ଷେ ଯେତିକି ମାମଲା ଚିହ୍ନଟ ହେଉଛି ସେହି ଅନୁପାତରେ ରୋଗୀ ଭଲ ମଧ୍ୟ ହେଉଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି । ବର୍ତ୍ତମାନସୁଦ୍ଧା ସ୍ଥିତି ଭଲ ରହିଛି । ଲୋକେ ଯଦି ଏହିପରି ଭାବରେ ସାମାଜିକ ଦୂରତ୍ବ ନିୟମ ପାଳନ କରିବା ସହ ମାସ୍କ ପିନ୍ଧିବା ଜାରି ରଖିବେ ତେବେ କୋରୋନା ବିରୋଧରେ ନିଶ୍ଚୟ ବିଜୟ ଲାଭ କରିହେବ ବୋଲି ଭବାନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ