ETV Bharat / city

ନକଲି ଔଷଧ କାରବାର ପ୍ରସଙ୍ଗ, ଦୁଇ ଷ୍ଟକିଷ୍ଟଙ୍କ ସଦସ୍ୟତା ରଦ୍ଦ - କଟକ ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ସଙ୍ଘ

ନକଲି ମେଡିସିନ ଜବତ ହେବା ଘଟଣାକୁ ନେଇ ଦୁଇ ହୋଲସେଲରଙ୍କ ବିରୋଧରେ କଟକ ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ସଙ୍ଘ (cuttack druggist and chemist association)ର କାର୍ଯ୍ୟାନୁଷ୍ଠାନ । ଦୁଇ ଷ୍ଟକିଷ୍ଟଙ୍କ ସଦସ୍ୟତା ରଦ୍ଦ କରି ସଙ୍ଘରୁ ବହିଷ୍କାର କରାଯାଇଛି । ଅଧିକ ପଢ଼ନ୍ତୁ

ନକଲି ଔଷଧ କାରବାର ପ୍ରସଙ୍ଗ, ଦୁଇ ଷ୍ଟକିଷ୍ଟଙ୍କ ସଦସ୍ୟତା ରଦ୍ଦ

author img

By

Published : Sep 11, 2022, 7:21 PM IST

କଟକ: ନକଲି ମେଡିସିନ ଜବତ ହେବା ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ । ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ହୋଲସେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଟକ ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ସଙ୍ଘ (cuttack druggist and chemist association) । ଉଭୟ ବ୍ୟବସାୟୀଙ୍କର ସଦସ୍ୟତା ରଦ୍ଦ କରିଛି ସଙ୍ଘ । ଏହା ସହିତ ଏଭଳି ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ସଙ୍ଘ ସଭାପତି ଭାଗବତ ପ୍ରସାଦ ସାହୁ ଦାବି କରିଛନ୍ତି ।

ନକଲି ଔଷଧ କାରବାର ପ୍ରସଙ୍ଗ, ଦୁଇ ଷ୍ଟକିଷ୍ଟଙ୍କ ସଦସ୍ୟତା ରଦ୍ଦ

ସୂଚନା ଅନୁଯାୟୀ କଟକର ଦୁଇ ହୋଲସେଲର ପୂଜା ଏଣ୍ଟରପ୍ରାଇଜେସ ଓ ଭି ଆର ଡ୍ରଗ ଏଜେନ୍ସିଙ୍କ ଜରିଆରେ ଏହି ନକଲି ଔଷଧ କାରବାର ଚାଲିଥିଲା । ଏପରିକି ନକଲି ବ୍ୟାଚ ନମ୍ବର ମଧ୍ୟ ଉଲ୍ଲେଖ କରାଯାଇଥିଲା । ରକ୍ତ ଚାପ ରୋଗ ପାଇଁ ଉଦ୍ଦିଷ୍ଟ ଟେଲମା 40, ଟେଲମା ଏ.ଏମ ଓ ଟେଲମା ଏଚ. ଭଳି ତିନିଟି ଔଷଧକୁ ନକଲି କରି ବିକ୍ରି କରାଯାଉଥିଲା । ଏହା ଜଣା ପଡ଼ିବା ପରେ ଡ୍ରଗ କଣ୍ଟ୍ରୋଲ ବିଭାଗ ତଦନ୍ତ କରିଥିଲା । ତଦନ୍ତରୁ କଟକ ମାଣିକଘୋଷ ବଜାର ଠାରେ ଥିବା ଏହି ଦୁଇ ଷ୍ଟକିଷ୍ଟଙ୍କ ଜରିଆରେ ମୋଟ 50 ଲକ୍ଷ ଟଙ୍କା ଔଷଧକୁ ବିକ୍ରି ପାଇଁ ପଠାଯାଇଥିବା ଜଣା ପଡ଼ିଥିଲା । ସେଥିରୁ ଓଡ଼ିଶା ବଜାରକୁ ପ୍ରାୟ 30 ଲକ୍ଷ ଟଙ୍କାର ଔଷଧ ବିକ୍ରି ପାଇଁ ଛଡ଼ାଯାଇଥିବା ବେଳେ 20 ଲକ୍ଷ ଟଙ୍କାର ଔଷଧକୁ ଗୁଜୁରାଟ ଓ ପଶ୍ଚିମବଙ୍ଗର ବିଭିନ୍ନ ବ୍ୟବସାୟୀ ମାନଙ୍କ ପାଖକୁ ପଠାଯାଇଥିବା ଜଣାପଡ଼ିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ନକଲି ଔଷଧ କାରବାର ମାମଲା, ଦୁଇ ଷ୍ଟକିଷ୍ଟଙ୍କ ବିରୋଧରେ ମାମଲା

ତେବେ ଓଡ଼ିଶା ଡ୍ରଗ କଣ୍ଟ୍ରୋଲ ବିଭାଗ ରାଜ୍ୟ ଭିତରେ କାରବାର ହୋଇଥିବା 30 ଲକ୍ଷ ଟଙ୍କାର ନକଲି ଔଷଧକୁ ବଜାରକୁ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛି । ଗୁଜୁରାଟ ଓ ପଶ୍ଚିମବଙ୍ଗର ଡ୍ରଗ କଣ୍ଟ୍ରୋଲ ବିଭାଗକୁ ଏନେଇ ଅବଗତ ମଧ୍ୟ କରିଛି ଓଡ଼ିଶା ଡ୍ରଗ କଣ୍ଟ୍ରୋଲ ବିଭାଗ । ତେବେ ଏହି ଦୁଇ ଷ୍ଟକିଷ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟରେ ମଧ୍ୟ ମାମଲା ଦାୟର କରିଛି ଡ୍ରଗ କଣ୍ଟ୍ରୋଲ ବିଭାଗ । ଏହି ବିଭାଗ ପକ୍ଷରୁ ଦୁଇ ହୋଲସେଲରଙ୍କୁ କଳା ତାଲିକା ଭୁକ୍ତ କରିବା ସହ ବ୍ୟାବସାୟିକ ପ୍ରତିଷ୍ଠାନକୁ ମଧ୍ୟ ସିଲ କରାଯାଇଛି ।

ତେବେ ଏଭଳି ଘଟଣାକୁ କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ସଙ୍ଘ ନିନ୍ଦା କରିଛି । ଏଭଳି ନକଲି ଔଷଧ ବିକ୍ରି କରି ଲୋକ ମାନଙ୍କ ଜୀବନ ସହ ଖେଳୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ସଙ୍ଘ ସଭାପତି ଭାଗବତ ପ୍ରସାଦ ସାହୁ କହିଛନ୍ତି । ସେ କହିଛନ୍ତି, "ଏହା ନିଶ୍ଚିତ ଭାବରେ ଏକ ନିନ୍ଦନୀୟ କାର୍ଯ୍ୟ । ନକଲି ଔଷଧ ବ୍ୟବସାୟ କରି ଲୋକମାନଙ୍କ ଜୀବନ ସହ ଖେଳିବା ଅକ୍ଷମଣୀୟ ଅପରାଧ । ଏହାକୁ ନେଇ ଡ୍ରଗ କଣ୍ଟ୍ରୋଲ ବିଭାଗ ମଧ୍ୟ ମାମଲା ଦାୟର କରିଥିବା ଆମେ ଜାଣିବାକୁ ପାଇଲୁ । ତେବେ ଏହି ଘଟଣା ସତ୍ୟ ବୋଲି ପ୍ରମାଣିତ ହେବାପରେ ଆମେ ମଧ୍ୟ ତାଙ୍କର ସଙ୍ଘ ସଦସ୍ୟତା ପଦ ରଦ୍ଦ କରି ତାଙ୍କୁ ସଙ୍ଘରୁ ବହିଷ୍କାର କରିଛୁ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.