ETV Bharat / city

ଡି ବ୍ରଦର୍ସଙ୍କ ରିମାଣ୍ଡ ଅବଧି ଶେଷ, ଉଭୟଙ୍କ ନାମରେ ଯୋଡିହେଲା 3 ନୂଆ ମାମଲା - ଡି ବ୍ରଦର୍ସ ରିମାଣ୍ଡ ଅବଧି

ତିନିଦିନିଆ ରିମାଣ୍ଡ ଅବଧି ଶେଷ ହେବାପରେ ଡି ବ୍ରଦର୍ସଙ୍କୁ ଜେଲ୍ ପଠାଇଲା ପୋଲିସ । ଉଭୟଙ୍କୁ ବଲାଙ୍ଗୀର ଓ ବାଲେଶ୍ବର ଜେଲରେ ରଖାଯାଇଛି । ଅଧିକ ପଢନ୍ତୁ...

ଡି ବ୍ରଦର୍ସଙ୍କ ରିମାଣ୍ଡ ଅବଧି ଶେଷ, ଉଭୟଙ୍କ ନାମରେ ଯୋଡିହେଲା 3 ନୂଆ ମାମଲା

author img

By

Published : Dec 27, 2020, 5:30 PM IST

Updated : Dec 27, 2020, 9:24 PM IST

କଟକ: ତିନିଦିନିଆ ରିମାଣ୍ଡ ଅବଧି ଶେଷ ହେବାପରେ ଜେଏମଏଫସି ରୁରାଲ କୋର୍ଟରେ ହାଜର ହୋଇଛନ୍ତି ଧଳ ସାମନ୍ତ ବ୍ରଦର୍ସ । ଆଜି(ରବିବାର) କଡା ସୁରକ୍ଷା ମଧ୍ୟରେ କମିଶନରେଟ ପୋଲିସ ସୁଶାନ୍ତ ଓ ସୁସିଲ ଧଳ ସାମନ୍ତଙ୍କୁ କୋର୍ଟରେ ହାଜର କରିଥିଲେ । ତେବେ ରିମାଣ୍ଡ ଅବଧି ସରୁଥିବାରୁ ପୁଣି ସୁଶାନ୍ତ ଓ ସୁଶିଲ ଧଳ ସାମନ୍ତଙ୍କୁ ବାଲଙ୍ଗୀର ଓ ବାଲେଶ୍ୱର ଜେଲକୁ ପଠାଇ ଦିଆଯାଇଛି ।

ତେବେ ଆଜିର ଶୁଣାଣି ସମୟରେ କମିଶନରେଟ ପୋଲିସ ଦୁଇ ଭାଇଙ୍କ ବିରୋଧରେ ଆଉ ଅଧିକ ୩ଟି ମାମଲା ଯୋଡିଛି । ଚୌଦ୍ୱାର, ମର୍କତନଗର, ଫେଜ-୨ ଥାନାରେ ଥିବା ଗୁଳି, ବନ୍ଧୁକ ମାମଲା ଯୋଡିଛି ପୋଲିସ । ତେବେ ଏହାକୁ ମିଶାଇ ଦୁଇ ଭାଇଙ୍କ ନାମରେ 24 ନମ୍ବର ମାମଲା ରୁଜୁ ହୋଇଛି । ସୂଚନା ଅନୁଯାୟୀ ବନ୍ଧୁକ ବ୍ୟବସାୟୀ ପ୍ରକାଶ ବେହେରା ଲିଙ୍କରେ ଧଳ ସାମନ୍ତ ବ୍ରଦର୍ସଙ୍କ ସିଡିଏ ୬ ନଂ ଘରୁ ବିପୁଳ ପରିମାଣରେ ବନ୍ଧୁକ ଓ ଗୁଳି ମିଲିଥିଲା । ଏହାର ଅଧିକ ତଦନ୍ତ ପାଇଁ ଗତ ୨୪ ତାରିଖରେ କମିଶନରେଟ ପୋଲିସ ସୁଶାନ୍ତ ଓ ସୁଶିଲ ଧଳ ସାମନ୍ତଙ୍କୁ ତିନିଦିନିଆ ରିମାଣ୍ଡରେ ନେଇଥିଲା ।

ଡି ବ୍ରଦର୍ସଙ୍କ ରିମାଣ୍ଡ ଅବଧି ଶେଷ, ଉଭୟଙ୍କ ନାମରେ ଯୋଡିହେଲା 3 ନୂଆ ମାମଲା

କୋର୍ଟ ପୋଲିସ ଆବେଦନକୁ ଗ୍ରହଣ କରି ୩ ଦିନର ରିମାଣ୍ଡ ପାଇଁ ଅନୁମିତ ପ୍ରଦାନ କରିଥିଲେ । ୩ ଦିନ ରିମାଣ୍ଡ ଭିତରେ ପୋଲିସ ଟିମ ଦୁଇ ଭାଇଙ୍କୁ ତାଙ୍କ ବାସଭବନକୁ ନେଇ ଖୋଳତାଡ କରିବା ପରେ ୧୭୫ ଟି ଅଫୁଟା ଗୁଳି, ୩ଟି ବନ୍ଧୁକ, ୫ଟି ମାଗାଜିତ ଓ ୧୬ ଲକ୍ଷ ୫୦ ହଜାର ଟଙ୍କା ଠାବ କରିଥିଲା । ଏଥିସହ ଡି ବ୍ରଦର୍ସଙ୍କ ସହ କିଛି ନୂଆ ଚେହେରା ପୋଲିସ ସ୍କାନରକୁ ଆସିଛି । ତେବେ ୩ ଦିନିଆ ରିମାଣ୍ଡରେ ପୋଲିସକୁ ଅନେକ ସଫଳତା ମିଳି ଥିବାବେଳେ ଆଗକୁ ସହଯୋଗୀ ଓ ଗୁଳି ବ୍ୟବସାୟୀଙ୍କୁ ଧରିବା ଲାଗି ପୋଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 27, 2020, 9:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.