ETV Bharat / city

ତୁଷାରକାନ୍ତ ମୃତ୍ୟୁ ସସପେନ୍ସ: କୋର୍ଟରେ ପ୍ରମାଣ ହେବା କଷ୍ଟ କହିଲେ ଆଇନଜୀବୀ

ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ସସପେନ୍ସ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ପ୍ରମାଣ କରିବା କଷ୍ଟ କହିଲେ ଆଇନଜୀବୀ । ଅଧିକ ପଢନ୍ତୁ...

author img

By

Published : Aug 7, 2021, 5:35 PM IST

ତୁଷାରକାନ୍ତ ମୃତ୍ୟୁ ସସପେନ୍ସ: କୋର୍ଟରେ ପ୍ରମାଣ ହେବା କଷ୍ଟ କହିଲେ ଆଇନଜୀବୀ
ତୁଷାରକାନ୍ତ ମୃତ୍ୟୁ ସସପେନ୍ସ: କୋର୍ଟରେ ପ୍ରମାଣ ହେବା କଷ୍ଟ କହିଲେ ଆଇନଜୀବୀ

କଟକ: ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ମୃତଦେହ ମିଳିବାର ଇତି ମଧ୍ୟରେ ୨ ଦିନ ବିତିଲାଣି । କିନ୍ତୁ ଏହି ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସେ ନେଇ ଏବେ ବି ସସପେନ୍ସ ଜାରି ରହିଛି । ତେବେ ଏହା ପ୍ରମାଣ କରିବା କଷ୍ଟ ବୋଲି କହିଛନ୍ତି ଆଇନଜୀବୀ ।

ଏହା ବି ପଢନ୍ତୁ: ତୁଷାରକାନ୍ତଙ୍କ ମୃତ୍ୟ, ହତ୍ୟା ନା ଆତ୍ମହତ୍ୟା ?

ତୁଷାରଙ୍କ ପରିବାର ପକ୍ଷରୁ ଦାୟର ହୋଇଥିବା ଏତଲାକୁ ଆଧାର କରି ତଦନ୍ତ ଆରମ୍ଭ କରିଛି କ୍ୟାଣ୍ଟନମେଣ୍ଟ ପୋଲିସ । କିନ୍ତୁ ଏପର୍ଯ୍ୟନ୍ତ ଏତଲାରେ ନାଁ ଥିବା କୌଣସି ବ୍ୟକ୍ତିଙ୍କୁ ପୋଲିସ ଜେରା କରିନାହିଁ । ବ୍ୟବଚ୍ଛେଦ ରିପୋର୍ଟରୁ ଯଦି କିଛି ସୁରାକ ମିଳେ ତେବେ ଯାଇ କିଛି କରାଯିବ ବୋଲି ସ୍ପଷ୍ଟ କରିଛି ପୋଲିସ । ତୁଷାରଙ୍କୁ ଯଦି ହତ୍ୟା କରାଯାଇଥାଏ ତେବେ ତାହା ତଦନ୍ତରୁ ଜଣାପଡ଼ିବ । କିନ୍ତୁ ଯଦି ସେ ଆତ୍ମହତ୍ୟା କରିଥାନ୍ତି ଏହାକୁ ପ୍ରମାଣ କରିବା କଷ୍ଟକର ବୋଲି କହିଛନ୍ତି ଆଇନଜୀବୀ ।

ଆତ୍ମହତ୍ୟା କରିବା ପାଇଁ ତାଙ୍କୁ ପ୍ରବର୍ତ୍ତାଯାଇଥିବା ପରିବାର ଅଭିଯୋଗ କରିଛି । ଏତଲାରେ ନାଁ ଥିବା ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଦଣ୍ଡବିଧାନ ଆଶା କମ ବୋଲି ମତ ଦେଇଛନ୍ତି ଆଇନଜୀବୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.