ETV Bharat / city

ଗୋଆରେ ଚମକିଲେ ଓଡିଆ ପୁଅ ଶେଖର, ବୋଟ୍‌ ସେଲିଂ ଚାମ୍ପିଆନସିପରେ ଜିତିଲେ ସ୍ବର୍ଣ୍ଣ

author img

By

Published : May 2, 2022, 3:46 PM IST

ଆର୍ଥିକ ସ୍ଥିତି ଏତେ ଭଲ ନାହିଁ । ବାପାଙ୍କ ଚା' ଦୋକାନରେ ହିଁ ତାଙ୍କ ଘର ଚଳେ । ଆର୍ଥିକ ପ୍ରତିବନ୍ଧକ କିନ୍ତୁ ପ୍ରତିଭାକୁ ରୋକି ପାରିନି । ନିକଟରେ ଗୋଆରେ ଶେଷ ହୋଇଥିବା ଅଲ୍‌ ଇଣ୍ଡିଆ ବୋର୍ଡ ସେଲିଂ ଚାମ୍ପିଆନସିପରେ ଭାଗ ନେଇ ଚମ୍ପିଆନ ହୋଇଛନ୍ତି ଡି. ଶେଖର ରାଓ । ଅଧିକ ପଢନ୍ତୁ

ଡି ଶେଖରଙ୍କ ସ୍ୱପ୍ନ ଅଲମ୍ପିକ
ଡି ଶେଖରଙ୍କ ସ୍ୱପ୍ନ ଅଲମ୍ପିକ

କଟକ: ଆର୍ଥିକ ସ୍ଥିତି ଏତେ ଭଲ ନାହିଁ । ବାପାଙ୍କ ଚା' ଦୋକାନରେ ହିଁ ତାଙ୍କ ଘର ଚଳେ । ମାତ୍ର ପ୍ରତିଭାକୁ ରୋକି ପାରିନି ଆର୍ଥିକ ପ୍ରତିବନ୍ଧକ । ନିକଟରେ ଗୋଆରେ ଶେଷ ହୋଇଥିବା ଅଲ୍‌ ଇଣ୍ଡିଆ ବୋର୍ଡ ସେଲିଂ ଚାମ୍ପିଆନସିପରେ ଭାଗ ନେଇ ଚମ୍ପିଆନ ହୋଇଛନ୍ତି ଡି. ଶେଖର ରାଓ । ଭାରତୀୟ ନୌସେନା ବାହିନୀର ଦକ୍ଷ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଶେଖର । ଏହି ଯୁବ ପ୍ରତିଭା ଡି. ଶେଖର ରାଓଙ୍କ ଏବେ ଛୁଟୁଛି ଶୁଭେଚ୍ଛାର ସୁଅ । ଆଗକୁ ଅଲମ୍ପିକ୍ସରେ ଭାଗ ନେଇ ରାଜ୍ୟ ତଥା ଦେଶର ନାଁ ରଖିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

ଗୋଆରେ ଚମକିଲେ ଓଡିଆ ପୁଅ ଡି ଶେଖର ରାଓ

ମହାନଦୀର ସ୍ଥିର ଜଳରାଶିରେ ଅଭ୍ୟାସ ଜାରି ରଖିଥିଲେ ଶେଖର । ଏହା ପରେ ତାଙ୍କୁ ବାଟ ଦେଖାଇଥିଲେ କୋଚ୍‌ ତଥା ଅନ୍ତର୍ଜାତୀୟ ସମୁଦ୍ର ବୁଡାଳି ସବୀର ବକ୍ସ । ଦୁଃସାହାସିକ ନୌଚାଳନା ପ୍ରତିଯୋଗିତା ହେଉଛି ବୋଟ୍‌ ସେଲିଂ ଚାମ୍ପିଆନସିପ । ଗୋଆର ହାଲି ବିଚ୍‌ରେ ଅଲ୍‌ ଇଣ୍ଡିଆ ବୋର୍ଡସେଲିଂ ଚାମ୍ପିଆନସିପ ଖେଳାଯାଉଥିଲା । ଏଥିରେ ଭାଗ ନେଇଥିଲେ ଶେଖର । ମୋଟ ୧୨ଟି ରେସ୍ ହୋଇଥିଲା । ଶେଖରଙ୍କ ସହ ପ୍ରତିଦ୍ବନ୍ଦ୍ବୀତା କରୁଥିଲେ ଗୋଆର କିଛି ଷ୍ଟାର ଖେଳାଳି ଓ ନୌସେନା ବାହିନୀର ଦକ୍ଷ ଅଫିସର । ମୋଟ୍ ୧୨ଟି ରେସ୍ ହୋଇଥିଲା । ପ୍ରଥମ ସ୍ଥାନ ହାସଲ କରି ଚାମ୍ପିଅନ ଟାଇଟଲ ଜିତିଛନ୍ତି ଶେଖର । ଗତ ମାସ ୨୦ ରୁ ୨୪ ତାରିଖ ପର୍ଯ୍ୟନ୍ତ ଖେଳଯାଇଥିଲା ଏହି ବୋଟ୍‌ ଚମ୍ପିଆନସିପ । ଏହି ଚାମ୍ପିଆନସିପ୍‌ ପାଇଁ ଓଡିଶାରୁ ଦୁଇଜଣ ମନୋନୀତ ହୋଇଥିଲେ । ସେମାନେ ହେଲେ ମନଶ୍ୱିନୀ ମହାରଣା ଓ ଡି ଶେଖର ରାଓ । ମହାନଦୀର ସ୍ଥିର ଜଳରାଶିରେ ଅଭ୍ୟାସ କରିଆସୁଥିଲେ ତେଣୁ ଗୋଆର ସମୁଦ୍ର ଜଳରାଶି ଶେଖରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ତେବେ ସବୁକୁ ସେ ପାର କରିଥିଲେ । ଅନେକ ସଫଳତା ସାଉଁଟିବା ପରେ ଏବେ ଅଲମ୍ପିକ୍ସ ପାଇଁ ଆଶା ବାନ୍ଧିଛନ୍ତି ।

ପୁଅ ଶେଖରର ସଫଳତାରେ ବେଶ ଆନନ୍ଦିତ ଅଛନ୍ତି ବାପାମାଆ । ବାପା ଡି ରାବଣା ରାଓ କଟକ ବଡ଼ ମେଡିକାଲ ନିକଟରେ ଏକ ଛୋଟିଆ ଚା' ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି । ଛୋଟିଆ ଭଡା ଘରେ ପରିବାର ଚଳାଇବା ପାଇଁ ସେ ଦିନ ରାତି ଏକ କରି ଦିଅନ୍ତି । ଆଜି ପୁଅ ଯେତେବେଳେ ଜାତୀୟ ସ୍ତରରେ ଏତେ ବଡ଼ ସଫଳତା ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିଛି, ଖୁସି ସବୁ ଦୁଃଖ କଷ୍ଟକୁ ଭୁଲେଇ ଦେଇଛି । ଶେଖରଙ୍କୁ ଆଗକୁ ବଢିବାକୁ ସହାୟତା ଆବଶ୍ୟକତା ରହିଛି । ପ୍ରଥମ ଥର ଲାଗି ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିବାରୁ ବେଶ ଖୁସି ପ୍ରକଟ କରିଛନ୍ତି କୋଚ ସବୀର ବକ୍ସ । ତେବେ ଆଗାମୀ ଦିନରେ ଡି ଶେଖର ରାଓଙ୍କୁ ଅଲମ୍ପିକ ଯୋଗ୍ୟ କରିବାକୁ ସମସ୍ତ ପ୍ରସ୍ତୁତି କରାଯିବ ବୋଲି କହିଛନ୍ତି କୋଚ୍‌ । ଆଗକୁ ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ଶେଖରଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହନ ମିଳେ, ସେ ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍ସ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ହାସଲ କରିପାରନ୍ତେ ବୋଲି ଆଶା ଓ ବିଶ୍ୱାସ ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.