ETV Bharat / city

ବାଲିଯାତ୍ରାରେ ସଚେତନତା ବାର୍ତ୍ତା, NDRF ଷ୍ଟଲରେ ଲୋକଙ୍କ ଭିଡ - cuttack bali yatra

ଦିନ ବଢି ଚାଲିବା ସହିତ ଐତିହାସିକ ବାଲିଯାତ୍ରାରେ ହଜାର ହଜାର ଲୋକଙ୍କ ହେଉଛି ସମାଗମ । ଏହାକୁ ଦୃଷ୍ଟିରେ ସଚେତନତାର ବାର୍ତ୍ତା ବାଣ୍ଟିବା ଲାଗି ବିଭିନ୍ନ ପ୍ରକାର ଷ୍ଟଲ ଖୋଲିଛି । ଏନଡିଆରଏଫ୍ ଷ୍ଟଲରେ ଲୋକେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବ୍ୟବହୃତ ସରଞ୍ଜାମକୁ ଦେଖୁଛନ୍ତି ।

ଡିଜାଇନ ଫଟୋ
author img

By

Published : Nov 18, 2019, 11:44 PM IST

Updated : Nov 19, 2019, 11:23 AM IST

କଟକ: ଦିନ ବଢି ଚାଲିବା ସହିତ ଐତିହାସିକ ବାଲିଯାତ୍ରାରେ ହଜାର ହଜାର ଲୋକଙ୍କ ହେଉଛି ସମାଗମ । ଏହାକୁ ଦୃଷ୍ଟିରେ ରଖି ଏନଡିଆରଏଫ ବାଲିଯାତ୍ରା ତଳ ପଡିଆରେ ଷ୍ଟଲ ଖୋଲିଛି । ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁକାବିଲା କରିବା ପାଇଁ ବ୍ୟବହୃତ ବିଭିନ୍ନ ସରଞ୍ଜାମ ପ୍ରଦର୍ଶନ କରାଯାଇଛି । ଏୟାର ଲିଫ୍ଟିଙ୍ଗ ବ୍ୟାଗ ଠୁ ଆରମ୍ଭ କରି ସର୍ଚ୍ଚ କ୍ୟାମେରା ପର୍ଯ୍ୟନ୍ତ ଏଠାରେ ଡିସପ୍ଲେ ହେଉଛି । ଏହାସହ ପ୍ରାକୃତିକ ବିପର୍ଯୟ ସମୟରେ ଜଣେ ବ୍ୟକ୍ତି କିଭଳି ନିଜକୁ ସୁରକ୍ଷିତ ରଖି ପାରିବ ସେନେଇ ମଧ୍ୟ ଏଠାରେ ସୂଚନା ମିଳୁଛି ।

ବାଲିଯାତ୍ରାରେ ସଚେତନତା ବାର୍ତ୍ତା, NDRF ଷ୍ଟଲରେ ଲୋକଙ୍କ ଭିଡ

ସେହିପରି ଭାରତୀୟ ନୌସେନା ମଧ୍ୟ ବାଲିଯାତ୍ରାରେ ଷ୍ଟଲ ପକାଇ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ନେଇ ସଚେତନ କରାଉଛି । ଜଣେ ପିଲା କିଭଳି ନୌସେନା ପାଇଁ ଆବେଦନ କରିବ, କଣ ଡକ୍ୟୁମେଣ୍ଟସ ଆବଶ୍ୟକ, ଏହାର କାମ କଣ, ତାହା ଏଠାରେ ସୂଚନା ଦିଆଯାଉଛି । ଏଥିସହିତ ନୌସେନାର କାମ କଣ, କେଉଁ ପରିସ୍ଥିତିରେ ନୌସେନା କି ପଦକ୍ଷେପ ନିଏ, ଏହାର ତମାମ ସୂଚନା ଛାତ୍ରଛାତ୍ରୀଙ୍କୁ ଏଠାରେ ପ୍ରଦାନ କରାଯାଉଛି ।

ଚଳିତବର୍ଷ ବାଲିଯାତ୍ରାରେ ଅନେକ ସଚେତନତା ଷ୍ଟଲ ଖୋଲିଥିବାରୁ ଏହାକୁ ଦେଖିବା ପାଇଁ ଭିଡ ଲାଗୁଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଐତିହାସିକ ବାଲିଯାତ୍ରା ପାଇଁ ଜମୁଛି ବାଲିଯାତ୍ରା ପଡିଆ।ପ୍ରତ୍ୟକ ଦିନ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମୁଛି ବାଲିଯାତ୍ରା ଦେଖିବା ପାଇଁ।ତେବେ ଚଳିତବର୍ଷ ଏହି ବାଲିଯାତ୍ରା ସଚେତନ ର ବାର୍ତ୍ତା ବାଣ୍ଟୁଛି।ମୁଖ୍ୟ ଆକର୍ଷଣ ସାଜିଛି ଏନଡିଆରଏଫ ଓ ଭାରତୀୟ ନୌସେନା।କହିବାକୁ ଗଲେ ଚଳିତ ବର୍ଷ ସଚେତନ କରାଉଛି ବାଲିଯାତ୍ରା ।ଆସନ୍ତୁ ଦେଖିବା ଇଟିଭି ଭାରତର ସ୍ପେସିଆଲ ରିପୋର୍ଟ....।

Body:(ଭିଓ -୧)ବାଲିଯାତ୍ରାର ତଳ ପଡ଼ିଆରେ ରହିଛି ଏନଡିଆରଏଫ ଷ୍ଟଲ।ଏହି ଷ୍ଟଲ ରେ ରହିଛି ଏନଡିଆରଏଫ ର ସମସ୍ତ ସରଞ୍ଜମ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁକାବିଲା କରିବାପାଇଁ ଯେଉଁ ସବୁ ସରଞ୍ଜମ ବ୍ୟବହାର କରାଯାଏ ସେସବୁକୁ ପ୍ରଦର୍ଶନ କରାଯାଇଛି।ଲାଇଫ ଡିଟେକ୍ଟର ,ଏୟାର ଲେଫ୍ଟିଇଂ ଭଳି ଗୁରୁତ୍ୱପୂର୍ଣ ସରଞ୍ଜମ ବେଶ ଆକର୍ଷଣୀୟ ହୋଇଛି।କାନ୍ଥ ପଡି ଯଦି କୌଣସି ବ୍ୟକ୍ତି ଫସି ରହିଥାଏ ଏହାଦ୍ୱାରା ସହଜରେ ଠାବ କରାଯାଇ ଉଦ୍ଧାର କରାଯାଇପାରିବ।ସେହିପରି ଜଣେ ବ୍ୟକ୍ତି ଯଦି ଅତି ମୁର୍ମୁସ ଅବସ୍ଥାରେ ଗଭୀର ସ୍ଥାନରେ ପଡି ରହିଥାଏ, ତେବେ ତାହାକୁ ମଧ୍ୟ ଅତି ସହଜରେ ଠାବ କରିବା କ୍ଷମତା ଥିବା ମେସିନ ମଧ୍ୟ ଚଳିତବର୍ଷ ବାଲିଯାତ୍ରରେ ପ୍ରଦର୍ଶିତ ହୋଇଛି।ତେବେ ଏହା ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜଣେ ବ୍ୟକ୍ତି କିଭଳି ନିଜକୁ ସୁରକ୍ଷିତ କରିପାରିବ,ଏହି ଷ୍ଟଲ ର ମୁଖ୍ୟ ଉଦ୍ଧେଶ୍ୟ ଥିବା ଏନଡିଆରଏଫ ଏନିସପେକ୍ଟର କହିଛନ୍ତି।

ବାଇଟ - ପ୍ରଦୀପ ସାମନ୍ତରାୟ,ଏନଡିଆରଏଫ ଇନସପେକ୍ଟର।

(ଭିଓ -୨) ସେହିପରି ଇଣ୍ଡିଆନ ନ୍ୟାଭି ର ଷ୍ଟଲ ମଧ୍ୟ ପ୍ରଥମ ଥର ପାଇଁ ବାଲିଯାତ୍ରା ପଡ଼ିଆରେ ରହିଛି।ଏହି ଷ୍ଟଲ ଛାତ୍ରଛାତ୍ରୀ ତଥା ବିଦ୍ୟର୍ଥୀ ମାନଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି।କାରଣ ଏହି ଷ୍ଟଲ ବିଶେଷକରି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଚାକିରି ଉପରେ ସଚେତନ କରାଉଛି।ଜଣେ ଛାତ୍ର କିମ୍ବା ଛାତ୍ରୀ କିଭଳି ଇଣ୍ଡିଆନ ନ୍ୟାଭିରେ ଆବେଦନ କରିବ,କଣ ଡକ୍ୟୁମେଣ୍ଟସ ଆବଶ୍ୟକ,ଏହାର ଜବ କେଉଁ ଭଳି,କଣ ଶିକ୍ଷା ଏଥିପାଇଁ ଆବଶ୍ୟକ ଆଦି ଉପରେ ସଚେତନ କରାଉଛି।କହିବାକୁ ଗଲେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶିକ୍ଷା ଦେଉଛି ଏହି ଷ୍ଟଲ।ଅଫିସର ମାନେ ଏନେଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଉଛନ୍ତି।ଅନ୍ୟପଟେ ଏହି ଷ୍ଟଲ କୁ ଅନେକ ଛାତ୍ରଛାତ୍ରୀ ତଥା ଅଭିଭାବକ ସ୍ୱାଗତ କରିଛନ୍ତି।ଏହା ଭବିଷ୍ୟତ କୁ ବେଶ ସହାୟତା ହେବ ବୋଲି ଛାତ୍ରଛାତ୍ରୀ ତଥା ଅଭିଭାବକ କହିଛନ୍ତି।

ବାଇଟ - ଋତୁରାଜ ସାହୁ,କମାଣ୍ଡାଣ୍ଟ,ଇଣ୍ଡିଆନ ନ୍ୟାଭି।
ବାଇଟ - ସମିମ ଉଲା, ଅବିଭାବକ।
ବାଇଟ - ଜୋତି ରଞ୍ଜନ ସାହୁ,ଛାତ୍ର।
ବାଇଟ - ଯୋଗମାୟା କର,ଛାତ୍ରୀ।

Conclusion:ଚଳିତବର୍ଷ ଐତିହାସିକ ବାଲିଯାତ୍ରା ବ୍ୟବସାୟ ସହ ଅନେକ ସଚେତନ ମଧ୍ୟ କରାଉଛି।ଏଥିପାଇଁ ବି ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ଥିବା ଦେଖିବାକୁ ମିଳିଛି।ସେଥିପାଇଁ ତ ପ୍ରତ୍ୟକ ଦିନ ଖଚା ଖଚ ଭିଡ଼ ଜମୁଛି।କରକରୁ ନାରାୟଣ ସାହୁ,ଇଟିଭି ଭାରତ।
Last Updated : Nov 19, 2019, 11:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.