ETV Bharat / city

ଏସସିବିରେ ବିରଳ ଅସ୍ତ୍ରୋପଚାର, ଛାତିରୁ ଅଲଗା ହେଲା ମୁହଁ

author img

By

Published : Apr 18, 2020, 10:19 AM IST

କଟକ ବଡ଼ ମେଡ଼ିକାଲରେ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ପୋଡି ଯାଇ ଛାତିରେ ଲାଗି ଯାଇଥିବା ଜଣେ ବାଳିକାଙ୍କ ମୁହଁକୁ ଅସ୍ତ୍ରୋପଚାର ଦ୍ବାରା ଅଲଗା କରାଯାଇଛି।

critical-operation-successful-in-scb
critical-operation-successful-in-scb

କଟକ: ଏସସିବି ମେଡ଼ିକାଲରେ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ପୋଡି ଯାଇ ଛାତିରେ ଲାଗି ଯାଇଥିବା ଜଣେ ବାଳିକାଙ୍କ ମୁହଁକୁ ଅସ୍ତ୍ରୋପଚାର ଦ୍ବାରା ଅଲଗା କରାଯାଇଛି। ଗଞ୍ଜାମ ଜିଲ୍ଲା ଆସ୍କା ବଡ଼ଖୋଲି ଗ୍ରାମର ପୂଜା ସେଠୀ ୨୦୧୯ ମାର୍ଚ୍ଚ ରେ ନିଜ ଘରେ ପୂଜା କରିବା ପାଈଁ ଦୀପ ଲଗାଇବା ସମୟରେ ନିଆଁ ଲାଗି ସମଗ୍ର ଶରୀର ପୋଡି ହୋଇଯାଇଥିଲା। ଗୁରୁତ୍ବର ଅବସ୍ଥାରେ ତାଙ୍କୁ ପ୍ରଥମେ ଆସ୍କା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସଙ୍କଟାପନ୍ନ ଅବସ୍ଥାରେ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା।

ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ପ୍ରାୟ ୫ ମାସ ଧରି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଯାଇଥିଲେ। ପୋଡି ଯାଇଥିବା ଅଂଶ ଗୁରୁତ୍ବର ହେବାରୁ ଧୀରେ ଧୀରେ ପୂଜାଙ୍କ ବେକ ଓ ମୁହଁ ତଳ ଅଂଶ ଛାତିରେ ଲାଗି ଯାଇଥିଲା। ମୁହଁ ଛାତିରେ ଲାଗି ଯାଇଥିବାରୁ ପୂଜା ଠିକ୍ ଭାବେ ଖାଇ ପାରୁ ନଥିଲେ କି ସଳଖି ହୋଇ ଦେଖି ପାରୁ ନଥିଲେ। ଧୀରେ ଧୀରେ ତାଙ୍କ ଶରୀର ଦୁର୍ବଳ ହୋଇପଡ଼ିଥିଲା।

ତେବେ ଗତ ଫେବୃଆରୀ ୧୮ ତାରିଖରେ ପୂଜାକୁ ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ କୃତ୍ରିମ ନଳୀ ସାହାଯ୍ୟରେ ଡାକ୍ତର ତାଙ୍କୁ ଖାଦ୍ୟ ଖାଇବାକୁ ଦେଇଥିଲେ। ଏହାଦ୍ବାରା ସେ ସୁସ୍ଥ ହେବା ପରେ ଡାକ୍ତର ମାନେ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କର ମୁହଁକୁ ଛାତିରୁ ଅଲଗା କରାଇଛି। ତେବେ ଅସ୍ତ୍ରୋପଚାର ପରେ ପୂଜା ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.