କଟକ: କ୍ରିକେଟକୁ ଅଲବିଦା କହିଲେ ଓଡି଼ଶା କ୍ରିକେଟର ଆଲୋକ ଚନ୍ଦ୍ର ସାହୁ । ଦୀର୍ଘ ଦିନ ଧରି ଓଡି଼ଶା କ୍ରିକେଟ ଟିମ ସହ ଦକ୍ଷ ବୋଲର ହିସାବରେ ଜଡି଼ତ ରହିବା ପରେ ବୁଧବାର ସେ ବିଧିବଦ୍ଧ ଭାବରେ ଓସିଏ (Odisha Cricket Association) କୁ ନିଜର ଅବସର ପତ୍ର ପ୍ରଦାନ କରିଛନ୍ତି ।
ନିଜର କ୍ୟାରିୟର ମଧ୍ୟରେ ସେ 25ଟି ଫାଷ୍ଟ କ୍ଳାସ ମ୍ୟାଚ ଖେଳି 62 ଟି ୱେକେଟ, 18 ଲିଷ୍ଟ ଏ ମ୍ୟାଚରେ 16 ୱିକେଟ ଓ 22 ଟି-20 ମ୍ୟାଚ ଖେଳି 17 ୱିକେଟ ନେଇଛନ୍ତି । ସେ 2009ରେ ରେଳବାଇ ବିପକ୍ଷରେ ପଦାର୍ପଣ ମ୍ୟାଚ ଖେଳିଥିଲେ । ତାଙ୍କର ଅବସରକୁ ଓସିଏ ଗ୍ରହଣ କରିବା ସହ ଆଗାମୀ ଉଜ୍ବଳ ଭବିଷ୍ୟତ କାମନା କରିଛି।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ