କଟକ: ଓଡିଶା ଟିମ୍ ପାଇଁ ବଡ଼ ଚ୍ୟାଲେଞ୍ଜ ସାଜିଛି ଅଭ୍ୟାସ ମ୍ୟାଚ୍ । ଗୋଟିଏ ପଟେ ଜୁଲାଇ 25ରୁ ଆନ୍ତଃଜିଲ୍ଲା ମ୍ୟାଚ ଆରମ୍ଭ ହେଉଥିଲା ବେଳେ ସେପ୍ଟେମ୍ବର ଓ ଅକ୍ଟୋବରରୁ ବିସିସିଆଇ(BCCI)ର ଘରୋଇ ସିଜିନ ଆରମ୍ଭ ହେବାକୁ ଯାଉଛି । ତେବେ ଓସିଏ(OCA)ର ଘରୋଇ ସିଜିନ ପାଇଁ କିଛି ବଡ଼ ଟାକ୍ସ ନାହିଁ । କିନ୍ତୁ ବିସିସିଆଇର ସିଜିନ ପାଇଁ ଓଡିଶାକୁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ ।
ସେପଟେ ଓଡିଶାର ମୁଖ୍ୟ କୋଚ ଜାଫର ଆସିବା ପରେ ସ୍ଥିତି ସୁଧୁରିବା ନେଇ ଆଶା କରାଯାଉଥିବା ବେଳେ ଅନ୍ୟପଟେ ବର୍ଷା ପାଇଁ ଅଭ୍ୟାସ ମ୍ୟାଚ୍ ବାଧକ ସାଜିବାର ସମ୍ଭାବନା ରହିଛି । ତେଣୁ ବର୍ତ୍ତମାନ ସମୟରେ ଓସିଏ କିଛି ଯୋଜନା କରିବା ଦରକାର । ବିଶେଷକରି ଓଡିଶା ଟିମ୍ ବର୍ତ୍ତମାନ ଅନ୍ୟ ରାଜ୍ୟ ସଂଘରେ ଯାଇ ଅଭ୍ୟାସ କରିବା ସହ ସେଠାରେ ଅଭ୍ୟାସ ମ୍ୟାଚ ଖେଳିବା ଦରକାର । ଯାହାଦ୍ୱାରା କି ରଣଜୀ ସିଜିନରେ ଓଡିଶା ଆହୁରି ଟପ କରିପାରିବ ।
ଗୋଟିଏ ପଟେ ଓସିଏର ପ୍ରମୁଖ ଗ୍ରାଉଣ୍ଡ ଏବେ ନିମ୍ନ ମାନର ରହିଛି । କାହିଁକି ନା ଲକଡାଉନ ଯୋଗୁଁ ଗ୍ରାଉଣ୍ଡ କାମ ମଧ୍ୟ ହୋଇ ପାରୁନାହିଁ । ତେଣୁ ଆଉ ବିଳମ୍ବ ନକରି ଓସିଏ ବିଶେଷକରି ସିନିୟର ଦଳକୁ ଅଭ୍ୟାସ ମ୍ୟାଚ କରାଇଲେ ବେଶ୍ ଭଲ ପଦର୍ଶନ ହୋଇପାରିବ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ