କଟକ: ସମବାୟ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ହରିଲୁଟ, କାନ୍ଦୁଛି ଚାଷୀ । ଆଠଗଡ଼ ଅଞ୍ଚଳର ଗରିବ ଚାଷୀଙ୍କ ନାଁରେ ସମବାୟ ସମିତିରୁ ଉଠାଯାଇଛି କୋଟି କୋଟି ଟଙ୍କାର ଋଣ । ଏହି ଅଭିଯୋଗ ଆଧାରରେ ମଙ୍ଗଳବାର 50 ରୁ ଉର୍ଦ୍ଧ୍ବ ଚାଷୀ କଟକର ଥିବା ସମବାୟ ସମିତି ସମୂହ ଉପନିବନ୍ଧକ ଆଞ୍ଚଳିକ କାର୍ଯ୍ୟାଳୟରେ ଜୋରଦାର ଆନ୍ଦୋଳନ କରିଛନ୍ତି ।
କେଉଁ ଚାଷୀ ନାଁରେ କେତେ ଟଙ୍କା ଋଣ ଉଠାଯାଇଛି ତାହାର ସବିଶେଷ ବିବରଣୀ ସର୍ବ ସାଧାରଣରେ ପ୍ରକାଶ କରିବାକୁ ଦାବି କରିଛନ୍ତି ଚାଷୀ । ତେବେ ଦାବି ଯଦି ପୂରଣ ନହୁଏ ତେବେ ଆଗମୀ ଦିନରେ ଏହି ବିକ୍ଷୋଭ ଏକ ବଡ଼ ଜନ ଆନ୍ଦୋଳନ ନେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ବର୍ତ୍ତମାନର ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ତାଙ୍କ ଭାଇ ଏହି ବଡ଼ ଘଟାଲାରେ ମୁଖିଆ ରହିଥିବା କହିଛନ୍ତି ସେହି ଅଞ୍ଚଳର ବାସିନ୍ଦା ଅଭୟ ବାରିକ କହିଛନ୍ତି । ତେବେ ମୋଟ 26 ଟି ସମବୟ ସମିତି ରୁ 200 କୋଟି ଋଣ ଆଧାର ରେ ଟଙ୍କା ଉଠାଯାଇଛି । ଯାହା ଚାଷୀ ମାନଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଅନ୍ୟପଟେ ଏହି ମାମଲା ଇଓଡ଼ବ୍ଲ୍ୟୁ ( ଅର୍ଥନୈତିକ ଅପରାଧି ଶାଖା)ରେ ରହିଛି ।
କଟକରୁ ପ୍ରଭୂକଲ୍ୟାଣ ପାଲ,ଇଟିଭି ଭାରତ