କଟକ: ଶନିବାର କଟକରେ 20 ନୂଆ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ସେପଟେ 13 ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । କୋରୋନା ସଂକ୍ରମଣ ସଂଖ୍ୟା ଏବେ ବୃଦ୍ଧି ପାଉଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କଟକ ପ୍ରଶାସନ ।
କଟକରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଅଧିକ ସଂକ୍ରମଣ ମାମଲା ଦେଖାଯାଇଛି । ତେବେ ଗ୍ରାମାଞ୍ଚଳରେ କୋରୋନା ପ୍ରକୋପ କମ ରହିଛି । ଲୋକମାନଙ୍କୁ ସଚେତନ ରହିବା ପାଇଁ ବାରମ୍ବାର ସଚେତନ କରାଯାଉଛି ।
ସେହିପରି ସଂକ୍ରମଣକୁ ଦୃଷ୍ଟିରେ ରଖି କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି । କଟକ ବଡ଼ମେଡିକାଲରେ ବେଡ଼ ସଂଖ୍ୟାକୁ ବୃଦ୍ଧି କରାଯାଇଛି । ତେବେ କଟକ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୋରୋନା ନିୟନ୍ତ୍ରଣରେ ରହିଛି ବୋଲି କଟକ ଜିଲ୍ଲାପାଳ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ