ETV Bharat / city

କଟକରେ କମୁଛି କୋରୋନା ସଂକ୍ରମଣ , ବନ୍ଦ ହେବ କୋଭିଡ କେୟାର ହସ୍ପିଟାଲ - କଟକ କୋରୋନା ସଂକ୍ରମଣ

ଗଞ୍ଜାମ ପରେ ଏବେ କଟରେ ମଧ୍ୟ କମୁଛି ପଜିଟିଭ ସଂଖ୍ୟା । ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଧିରେ ଧିରେ ସମସ୍ତ କୋଭିଡ କ୍ୟାୟର ହସ୍ପିଟାଲ ବନ୍ଦ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

କଟକରେ କମୁଛି କୋରୋନା ସଂକ୍ରମଣ , ବନ୍ଦ ହେବ କୋଭିଡ କେୟାର ହସ୍ପିଟାଲ

author img

By

Published : Nov 13, 2020, 12:34 AM IST

କଟକ: ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣ ଉପରେ ଲଗାମ ଲାଗିଥିବା ବେଳେ ଏବେ କଟରେ ମଧ୍ୟ କମୁଛି ପଜିଟିଭ ସଂଖ୍ୟା । ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଧିରେ ଧିରେ ସମସ୍ତ କୋଭିଡ କ୍ୟାୟର ହସ୍ପିଟାଲ ବନ୍ଦ କରାଯିବ । ଏଥିସହିତ କୋଭିଡ ହସ୍ପିଟାଲକୁ ମଧ୍ୟ ପରବର୍ତ୍ତୀ ସମୟରେ ବନ୍ଦ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି କଟକ ଜିଲାପାଳ ଭବାନୀ ଶଙ୍କର ଚୟିନୀ ।

କଟକରେ କମୁଛି କୋରୋନା ସଂକ୍ରମଣ , ବନ୍ଦ ହେବ କୋଭିଡ କେୟାର ହସ୍ପିଟାଲ

ସେହିପରି କଟକ ଏସସିବି ମେଡିକାଲରେ କୋଭିଡ ହସ୍ପିଟାଲ କର୍ଯ୍ୟକ୍ଷମ ହେବା ପରେ ଏବେ କୋରନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ନମୁନାର ଲକ୍ଷଣର ପରୀକ୍ଷା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଅନ୍ୟପକ୍ଷେ ଜିଲା ପର୍ଯ୍ୟବେକ୍ଷକ ସୌରଭ ଗର୍ଗଙ୍କ କହିବା ଅନୁଯାୟୀ କଟକରେ ଦଶହରା ସମୟରେ ପୂଜା ଗାଇଡଲାଇନକୁ ସହରବାସୀ ମାନିବା ସହିତ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ସହଯୋଗ କରିଥିବାରୁ ଏହି ସଂକ୍ରମିତ ସଂଖ୍ୟା ବୃଦ୍ଧି ଘଟିପାରିନାହିଁ । ଏଣୁ ଆଗକୁ ଧନତେରସ ଓ କାଳୀ ପୂଜାରେ ବି କଟକବାସୀଙ୍କ ଏଭଳି ସହଯୋଗ ମିଲିବା ଆବଶ୍ୟକ ବୋଲି କହିଛନ୍ତି ଗର୍ଗ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.