ETV Bharat / city

କଟକ ବଡ ମେଡିକାଲରେ ରୋକି ହେବ କି କୋରୋନା ସଂକ୍ରମଣ ? - କୋରୋନା ସଂକ୍ରମଣ

ଜଣେ ଗୁରୁତର ରୋଗୀ କଟକ ବଡ଼ ମେଡିକାଲକୁ ଆସିଲେ କିପରି ଓ କେଉଁଠି ରାପିଡି ଟେଷ୍ଟ କରିବ? ଏନେଇ ସବୁ ପ୍ରସଙ୍ଗ ଉପରେ ଏସସିବିର ବରିଷ୍ଠ ଡାକ୍ତର ତଥା ମେଡ଼ିସିନ ବିଭାଗର ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ଇଟିଭି ଭାରତକୁ ଏକ୍ସକ୍ଲ୍ୟୁସିଭ ପ୍ରତିକ୍ରିୟା ଦେଇଛନ୍ତି । ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର...

କଟକ ବଡ଼ ମେଡିକାଲରେ ରୋକିହେବ କି କୋରୋନା ସଂକ୍ରମଣ ?

author img

By

Published : Jul 6, 2020, 5:37 PM IST

କଟକ: କୋରୋନା କବଳରେ କଟକ ବଡ଼ ମେଡିକାଲ । ଏସସିବିରେ ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥିତି ଏମିତିକି, ମେଡିକାଲରେ ଏବେ ଗୋଷ୍ଠୀ ସଂକ୍ରମଣ ଆଡକୁ ପାଦ ଥାପିଲାଣି କୋରୋନା । ସବୁଠାରୁ ବଡ଼ କଥା ହେଉଛି ମହାମାରୀର ଜାଲରେ ଫସି ଯାଉଛନ୍ତି କୋରୋନା ଯୋଦ୍ଧା କୁହାଯାଉଥିବା ଡାକ୍ତର, ନର୍ସ, ସ୍ବାସ୍ଥ୍ୟ କର୍ମଚାରୀ ପ୍ରମୁଖ । ଯାହା ଏବେ ଚିନ୍ତା ବଢ଼ିବାରେ ଲାଗିଛି । ଯଦି କୋରୋନା ଯୋଦ୍ଧା ସଂକ୍ରମିତ ହୁଅନ୍ତି ତେବେ ଅଣ କୋଭିଡ ରୋଗୀ କିପରି ଚିକିତ୍ସିତ ହେବେ ?

କଟକ ବଡ଼ ମେଡିକାଲରେ ରୋକିହେବ କି କୋରୋନା ସଂକ୍ରମଣ ?

ଏଭଳି ସ୍ଥିତିରେ କଟକ ବଡ଼ମେଡିକାଲରେ ରାପିଡି ଟେଷ୍ଟ ପାଇଁ ନିଷ୍ପତ୍ତି ନିଆଯାଇଛି । ରାପିଡି ଟେଷ୍ଟ ଯାହାକି ମାତ୍ର ୩୦ ମିନିଟରେ କୋରୋନା ପରୀକ୍ଷା କରି ରିପୋର୍ଟ ବାହାରି ପାରିବ । ତେବେ ମଙ୍ଗଳବାରଠାରୁ କଟକ ବଡ଼ ମେଡିକାଲରେ ଏହି ଟେଷ୍ଟ କରାଯିବ । ଯେଉଁ ରୋଗୀ କଟକ ବଡ଼ମେଡିକାଲକୁ ଚିକିତ୍ସା ପାଇଁ ଆସୁଛନ୍ତି ସେମାନଙ୍କର ପ୍ରଥମେ ଏହି ଟେଷ୍ଟ କରାଯିବ । ରିପୋର୍ଟ ନେଗେଟିଭ ଆସିଲେ ମେଡିକାଲର ଡାକ୍ତରମାନେ ଚିକିତ୍ସା କରିବେ । ପଜିଟିଭ ଜଣାପଡିଲେ କୋଭିଡ ହସ୍ପିଟାଲକୁ ପଠାଯିବ ।

ବଡ଼ ମେଡିକାଲରେ ଦିନକୁ ଦିନ କୋରୋନା ସଂକ୍ରମଣ ବ୍ୟାପି ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଯଦି ଜଣେ ରୋଗୀ ଗୁରୁତର ଥିବ ଅର୍ଥାତ ୩୦ ମିନିଟ ଭିତରେ ସେବା ଆବଶ୍ୟକ ଥାଏ , ତେବେ ସମ୍ପୃକ୍ତ ରୋଗୀକୁ କାଜୁଆଲଟି ତଥା ଆଶୁ ଚିକିତ୍ସା ବିଭାଗକୁ ପଠାଯିବ । ସେଠାରେ ଆଇସୋଲେସନରେ ରଖି ଚିକିତ୍ସା ଯୋଗାଇ ଦିଆଯିବ, ଯାହା ଦ୍ବାରା କୋରୋନା ସଂକ୍ରମଣ ହେବାର ସମ୍ଭାବନା ଯଥେଷ୍ଟ କମ ରହିଛି । ସେହିପରି ଅତି ଗୁରୁତର ନଥିଲେ କଟକ ବଡ ମେଡିକାଲକୁ ନଆସିବାକୁ କୁହାଯାଇଛି ।

ଜଣେ ଗୁରୁତର ରୋଗୀ କଟକ ବଡ଼ ମେଡିକାଲକୁ ଆସିଲେ କିପରି ଓ କେଉଁଠି ରାପିଡି ଟେଷ୍ଟ କରିବ ? ଏନେଇ ସବୁ ପ୍ରସଙ୍ଗ ଉପରେ ଏସସିବିର ବରିଷ୍ଠ ଡାକ୍ତର ତଥା ମେଡ଼ିସିନ ବିଭାଗର ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ଇଟିଭି ଭାରତକୁ ଏକ୍ସକ୍ଲ୍ୟୁସିଭ ପ୍ରତିକ୍ରିୟା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.