ETV Bharat / city

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଖାଉଟି ଅଦାଲତ - ଖାଉଟି ଅଦାଲତ

କୋରୋନା ବିପଦକୁ ଟାଳିବା ପାଇଁ ରାଜ୍ୟ ସରକାରଙ୍କ କଟକଣା ଜାରି ରହିଛି । ସବୁଠି ଭିଡ କମାଇବାକୁ ଉଦ୍ୟମ କରୁଛନ୍ତି ସରକାର । ବର୍ତ୍ତମାନ ରାଜ୍ୟ ଖାଉଟି ବିବାଦ ସମାଧାନ କମିଶନ ସହ ଜିଲ୍ଲାର ସମସ୍ତ ଖାଉଟି ଅଦାଲତକୁ ମାର୍ଚ୍ଚ 31 ଯାଏ ବନ୍ଦ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Consumer court
ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସବୁ ଖାଉଟି ଅଦାଲତ
author img

By

Published : Mar 25, 2020, 8:02 AM IST

କଟକ: କୋରୋନା ଭାଇରସ ବିପଦକୁ ଦୃଷ୍ଟିରେ ରଖି ଜାରି ରହିଛି କଟକଣା । ବିପଦକୁ ଟାଳିବା ପାଇଁ କଟକ ସ୍ଥିତ ରାଜ୍ୟ ଖାଉଟି ବିବାଦ ସମାଧାନ କମିଶନକୁ ବନ୍ଦ ଘୋଷଣା କରିଛନ୍ତି । ଏହାସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଖାଉଟି ଅଦାଲତ ମାର୍ଚ୍ଚ 31 ଯାଏଁ ବନ୍ଦ ରହିବ । ଏନେଇ କମିଶନ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆସନ୍ତା 31 ମାର୍ଚ୍ଚ ପର୍ଯ୍ୟନ୍ତ ଖାଉଟି କମିଶନରେ ସ୍ବାଭାବିକ କାର୍ଯ୍ୟ ହେବ ନାହିଁ । କିନ୍ତୁ କମିଶନଙ୍କ କାର୍ଯ୍ୟାଳୟ ଯଥା ସମ୍ଭବ କମ୍‌ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ। କେବଳ ଅତି ଜରୁରୀ ମାମଲା ଗୁଡିକ କମିଶନଙ୍କ ସଭାପତିଙ୍କ ନିକଟରେ ଉପସ୍ଥାପନା କରାଯିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.