କଟକ: ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ। ହେଲେ ଏହି ଜନ୍ମ ଦିବସକୁ ନିଆରା ଢଙ୍ଗରେ ବେରୋଜଗାର ଦିବସ ପାଳନ କରିଛି ଛାତ୍ର କଂଗ୍ରେସ ।
ଏକ ଷ୍ଟଲ କରି ସେଠାରେ ଚା' ବିକ୍ରି କରି ପ୍ରତିବାଦ କରିଛି ଛାତ୍ର କଂଗ୍ରେସ। ନିର୍ବାଚନ ପୂର୍ବରୁ ମୋଦି ରୋଜଗାର କୁ ନେଇ ଯାହା ପ୍ରତିଶୃତି ଦେଇଥିଲେ ତାହା ପାଳନ କରିନାହାନ୍ତି। ବରଂ ଅନେକ ଯୁବକ ବେରୋଜଗାରୀ ହୋଇପଡିଛନ୍ତି । ତେବେ ମୋଦିଙ୍କୁ ଦେଶରୁ ହଟାଇବାକୁ ସଚେତନ କରାଯିବ ବୋଲି ଛାତ୍ର କଂଗ୍ରେସ କହିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ