ETV Bharat / city

ନକଲି ଔଷଧ କାରବାର: ଶିବ ଜେନା ବିରୋଧରେ ଏତଲା ଦାଏର କଲା STF - ଏସଟିଏଫ

ଡ୍ରଗ କଣ୍ଟ୍ରୋଲରରେ ଏସଟିଏଫ ଏକ ଏତଲା ରୁଜୁ କରିଛି । ନକଲି ଔଷଧ କାରବାର କରୁଥିବା କଟକ କନିକା ଛକ ସ୍ଥିତ "ମେଡିଲିଓଏଡ଼ ମେଡିକାମେଣ୍ଟ"ର ମୁଖ୍ୟ ଶିବ ଜେନାଙ୍କ ବିରୋଧରେ ଏତଲା ଦାଏର କରିଛନ୍ତି ଏସଟିଏଫ । ଅଧିକ ପଢନ୍ତୁ...

ଶିବ ଜେନା ବିରୋଧରେ ଏତଲା ଦାୟର କଲା ଏସଟିଏଫ
ଶିବ ଜେନା ବିରୋଧରେ ଏତଲା ଦାୟର କଲା ଏସଟିଏଫ
author img

By

Published : Jun 18, 2021, 10:32 PM IST

କଟକ: ନକଲି କୋଭିଡ ଔଷଧ ରାକେଟର ଖୋଳତାଡ଼ ଜାରି ରଖିଛି କ୍ରାଇମବ୍ରାଞ୍ଚ STF । ଡ୍ରଗ୍ କଣ୍ଟ୍ରୋଲ୍ ବିଭାଗର ଅଧିକାରୀଙ୍କ ସହ ମିଶି ଏସଟିଏଫ ଏହି ଘଟଣାର ତଦନ୍ତ ଜାରି ରଖିଛି । ଏହି କ୍ରମରେ ତିନି ଦିନ ଧରି ରାଜ୍ୟର ବିଭିନ୍ନ ଔଷଧ ଦୋକାନ ତଥା ଗୋଦାମରେ ଛାନଭିନ୍ ଜାରି ରହିଥିବା ବେଳେ ମହାରାଷ୍ଟ, ଉତ୍ତରପ୍ରଦେଶ ଓ ହିମାଚଳ ପ୍ରଦେଶ ସହ ଅନ୍ୟ କେଉଁ ରାଜ୍ୟକୁ ଏହି ରାକେଟର ଚେର ଲମ୍ବିଛି ତାହାର ମଧ୍ୟ ଅନୁସନ୍ଧାନ ଆରମ୍ଭ ହୋଇଛି । ତିନିଟି ରାଜ୍ୟକୁ ସ୍ବତନ୍ତ୍ର ଟିମ ପଠାଯାଇଛି ।

ଏହି ଟିମରେ EOW ଓ ଡ୍ରଗ କଣ୍ଟ୍ରୋଲ କାର୍ଯ୍ୟାଳୟର କିଛି ବରିଷ୍ଠ ଅଧିକାରୀମାନେ ରହିଛନ୍ତି। ତେବେ ଏହାରି ଭିତରେ ଗୁରୁବାର ଡ୍ରଗ କଣ୍ଟ୍ରୋଲରରେ ଏସଟିଏଫ ଏକ ଏତଲା ମଧ୍ୟ ରୁଜୁ କରିଛନ୍ତି । ଏହି ଏତଲାରେ ନକଲି ଔଷଧର କାରବାର କରୁଥିବା କଟକ କନିକା ଛକ ସ୍ଥିତ "ମେଡିଲିଓଏଡ଼ ମେଡିକାମେଣ୍ଟ"ର ମୁଖ୍ୟ ଶିବ ଜେନାକୁ ମୁଖ୍ୟ କାରପଟଦାର ଦର୍ଶାଇ ଥିଲା ଏସଟିଏଫ୍ ।

ସେପଟେ ଏତଲା ପାଇବା ପରେ ଶିବ ଜେନା ବିରୁଦ୍ଧରେ IPCର ଧାରା 274,275,276 ,420, 467, 768,471 ଏବଂ 120 B' ସହିତ ଡ୍ରଗ ଆଣ୍ଡ କସମେଟିକ ଆଇନରେ ଏକ ମାମଲା ରୁଜୁ କରିଛି STF । ଶିବ ଜେନା ଏବଂ ଅନ୍ୟ କିଛି ଲୋକଙ୍କ ବିରୁଦ୍ଧରେ ଠୋସ ପ୍ରମାଣ ମିଳିଥିଲେ ମଧ୍ୟ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଏହି ରାକେଟ ପଛରେ ଥିବା ଅଭିଯୁକ୍ତ ମାନଙ୍କୁ ଖୋଜି ବାହାର କରିବାକୁ ଉଦ୍ୟମ ଜାରି ରଖିଛି STF ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.