ETV Bharat / city

ଦୁର୍ଘଟଣା ଘଟାଇଥିବା ଗାଡି ଡ୍ରାଇଭର ଓ ମାଲିକ ବିରୋଧରେ ହତ୍ୟା ମାମଲା ରୁଜୁ କଲା ପୋଲିସ

author img

By

Published : Jun 22, 2022, 7:25 AM IST

ଏକ ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ କମିଶନରେଟ ପୋଲିସର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । ଦୁର୍ଘଟଣା ଘଟାଇବା ପରେ ଆହତ ବ୍ୟକ୍ତିଙ୍କୁ ରାସ୍ତାରେ ଛାଡି ଦେବା ଅଭିଯୋଗରେ ଗାଡି ଡ୍ରାଇଭର ଏବଂ ମାଲିକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ । ଅଧିକ ପଢନ୍ତୁ

ଦୁର୍ଘଟଣା ଘଟାଇ ଥିବା ଗାଡି ଡ୍ରାଇଭର ଓ ମାଲିକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କଲା ପୋଲିସ

କଟକ: ଏକ ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ କମିଶନରେଟ ପୋଲିସର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । ଦୁର୍ଘଟଣା ଘଟାଇବା ପରେ ଆହତ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ କୌଣସି ଉଦ୍ୟମ କରିନଥିବା ଅଭିଯୋଗରେ କମିଶନରେଟ ପୋଲିସ ଗାଡିର ଡ୍ରାଇଭର ଓ ମାଲିକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଆହତଙ୍କୁ ମୁର୍ମୂଷୁ ଅବସ୍ଥାରେ ରାସ୍ତା ଉପରେ ଛାଡି ଚାଲିଯିବାରୁ ଘଟଣାସ୍ଥଳରେ ଆହତଙ୍କ ମୃତ୍ୟୁ ଘଟିଥିବା ପୋଲିସ ଅଭିଯୋଗ କରିଛି ।

ଚୌଦ୍ୱାର ଓଟିଏମ୍ କଲୋନୀ ଲୋକନାଥ ବିଶ୍ବାଳ ମୃତ୍ୟୁ ଘଟଣାର ତଦନ୍ତ କରି ପୋଲିସ ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ରୁଜୁ ହେଲା ହତ୍ୟା ମାମଲା । ଚୌଦ୍ୱାର ଓଟିଏମ୍ କଲୋନୀର ଅଟୋ ଚାଳକ ଲୋକନାଥ ବିଶ୍ବାଳଙ୍କ ମୃତ୍ୟୁ ଘଟଣାର ତଦନ୍ତ କରି କମିଶନରେଟ ପୋଲିସ ଆଇପିସି ୩୦୪ ଦଫାରେ ମାମଲା ରୁଜୁ କରିଛି । ଏହି ମାମଲାରେ ଦୁର୍ଘଟଣା ଘଟାଇଥିବା ଗାଡିର ଡ୍ରାଇଭର ଓ ମାଲିକଙ୍କୁ ପୋଲିସ ହତ୍ୟା ମାମଲାରେ ଗିରଫ କରିଛି । ପୋଲିସ ସୂଚନା ଅନୁସାରେ ଗତ ମାସ ୩୧ ତାରିଖ ରାତି ୧୦ଟା ୨୦ ରେ ମଙ୍ଗୁଳି ଛକଠାରୁ ଅଳ୍ପ ଦୂରରେ ଏକ ଦୁର୍ଘଟଣା ଘଟିଥିଲା । ପିକଅପ୍ ଭ୍ୟାନ ଏକ ଅଟୋକୁ ଧକ୍କା ଦେବାରୁ ଅଟୋ ଚାଳକ ପିକଅପ୍ ଭ୍ୟାନ ତଳେ ଫସି ଯାଇଥିଲେ ।

ତେବେ ପିକଅପ୍ ଭ୍ୟାନ ଚାଳକ ଫସି ରହିଥିବା ଡ୍ରାଇଭରଙ୍କୁ ବଞ୍ଚାଇବା ପାଇଁ କୌଣସି ଚେଷ୍ଟା କରିନଥିଲେ । ଆହତ ବ୍ୟକ୍ତି ଗାଡି ତଳେ ଫସି ରହି ପ୍ରାୟ ୨ କିଲୋମିଟର ଘୋଷାଡି ହେଇଯାଇ ଥିବାବେଳେ ଭ୍ୟାନ ଡ୍ରାଇଭର ଆହତଙ୍କୁ ଗାଡି ତଳୁ ବାହାର କରି ରାସ୍ତା ଉପରେ ପକାଇ ଫେରାର ହୋଇଯାଇଥିଲେ । ରାସ୍ତା ଉପରେ ପଡି ପଡି ଆହତ ଅଟୋ ଡ୍ରାଇଭର ଲୋକନାଥ ବିଶ୍ବାଳଙ୍କ ମୃତ୍ୟୁ ଘଟିଛି ।

ଘଟଣାର ଅନୁସନ୍ଧାନ କରି ଚୌଦ୍ୱାର ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ପିକଅପ୍ ଭ୍ୟାନକୁ ଠାବ କରିବା ସହ ଗାଡି ଚାଳକ ଓ ମାଲିକଙ୍କୁ ଗିରଫ କରିଛି । ଗାଡି ଚାଳକ ଓ ମାଲିକ ହତ୍ୟା କରିବା ଉଦ୍ଦେଶ୍ୟରେ ଦୁର୍ଘଟଣା କରିନାହାଁନ୍ତି ସତ କିନ୍ତୁ ସେମାନେ ଚାହିଁଥିଲେ ଆହତଙ୍କୁ ମେଡିକାଲ ନେଇ ତାଙ୍କ ଜୀବନ ବଞ୍ଚାଇ ପାରିଥାଆନ୍ତେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଅତିରିକ୍ତ ଡିସିପି କହିଛନ୍ତି । ତେଣୁ ସେମାନଙ୍କ ଅବହେଳାରୁ ଜଣଙ୍କର ମୃତ୍ୟୁ ଘଟିଥିବାରୁ ସେମାନଙ୍କ ବିରୋଧରେ ୩୦୪ ଦଫାରେ ହତ୍ୟା ମାମଲା ରୁଜୁ କରାଯାଇଛି ବୋଲି ଅତିରିକ୍ତ ଡିସିପି ପ୍ରମୋଦ ରଥ କହିଛନ୍ତି ।

ଅଭିଯୁକ୍ତମାନଙ୍କର କହିବା ଅନୁସାରେ ଯେହେତୁ ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନର ଇନସୁରାନ୍ସ ନଥିଲା, ତେଣୁ ଦୁର୍ଘଟଣାରେ ସେମାନେ ଫଶିଯିବା ଭୟରେ ଆହତଙ୍କୁ ରାସ୍ତାରେ ଛାଡି ଚାଲିଯାଇଥିଲେ । ଏଥିପାଇଁ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୨୭୯, ୨୦୧ ଓ ୩୪ ଧାରାରେ ମାମଲା ରୁଜ୍ଜୁ କରିଛି । ଏହି ଧାରା ଅନୁସାରେ ବେପରୁଆ ଗାଡି ଚାଳନା, ଗାଡିର ନିର୍ଦ୍ଧାରିତ କାଗଜ ଠିକ୍ ନଥିବା ଓ ଦୁର୍ଘଟଣାକୁ ଲୁଚାଇବାକୁ ଚେଷ୍ଟା କରିବା ଆଦି ଅପରାଧରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.