ETV Bharat / city

ଶୀତ ଋତୁ ପାଇଁ ନୂଆ କୋଭିଡ ଗାଇଡ଼ଲାଇନ ଜାରି କଲା CMC

ଶୀତ ଋତୁ ପାଇଁ ନୂଆ ଗାଇଡ଼ଲାଇନ୍‌ ଜାରି କଲା CMC । ଶୀତ ଦିନରେ ପାଳନ ହେବାକୁ ଥିବା ବିବାହ, ବ୍ରତ, ଜନ୍ମଦିନ, ଶୁଦ୍ଧିକ୍ରିୟା ଆଦି ଉତ୍ସବ ପାଇଁ ଲାଗୁ ହେବ ଏହି ନୂଆ ନିୟମ । ଜାଣନ୍ତୁ କ'ଣ ରହିଛି କଟକଣା...

author img

By

Published : Oct 8, 2021, 7:04 AM IST

ଶୀତ ଋତୁ ପାଇଁ ନୂଆ କୋଭିଡ ଗାଇଡ଼ଲାଇନ ଜାରି କଲା CMC
ଶୀତ ଋତୁ ପାଇଁ ନୂଆ କୋଭିଡ ଗାଇଡ଼ଲାଇନ ଜାରି କଲା CMC

କଟକ: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି CMC ପକ୍ଷରୁ ଶୀତ ଋତୁ ପାଇଁ ନୂଆ ଗାଇଡ଼ଲାଇନ୍‌ ଜାରି କରାଯାଇଛି । ବିଶେଷ ଭାବେ ଶୀତ ଦିନରେ ପାଳନ ହେବାକୁ ଥିବା ବିବାହ, ବ୍ରତ, ଜନ୍ମଦିନ, ଶୁଦ୍ଧିକ୍ରିୟା ଆଦି ଉତ୍ସବ ପାଇଁ ଏହି ନିୟମ ଲାଗୁ ହୋଇଛି । ଉତ୍ସବ ଆୟୋଜନ ‌ହେଉଥିବା ମଣ୍ଡପରେ ଲୋକ ସଂଖ୍ୟା ଦକ୍ଷତାର ୫୦ ପ୍ରତିଶତ କିମ୍ବା ସର୍ବାଧିକ ୨୦୦ ଲୋକଙ୍କୁ ଏଥିରେ ଯୋଗ ଦେବାକୁ ଅନୁମତି ରହିଛି । ଉତ୍ସବ ଆୟୋଜନ ପୂର୍ବରୁ CMC ଓ ସ୍ଥାନୀୟ ପୋଲିସର ଅନୁମତି ରହିବା ବାଧ୍ୟତାମୂଳକ କରାଯାଇଛି ।

ସେହିପରି କୋରୋନା ଲକ୍ଷଣ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ବୟସର ପିଲା ଓ ବରିଷ୍ଠ ନାଗରିକଙ୍କୁ ଉତ୍ସବରେ ଯୋଗ ଦେବାକୁ ବାରଣ କରାଯାଇଛି। ଉତ୍ସବରେ ଯୋଗ ଦେଉଥିବା ପ୍ରତ୍ୟେକ ବ୍ୟକ୍ତି ମାସ୍କ ପରିଧାନ କରିବା, ୬ ଫୁଟର ସାମାଜିକ ଦୂରତା ରଖିବା ନିୟମ ରହିଛି । ମଣ୍ଡପକୁ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍‌ କରିବା ଓ ହାତ ଧୋଇବା, ଥର୍ମାଲ ସ୍କାନିଂ କରିବା ଆଦି ବିଷୟର ବ୍ୟବସ୍ଥା କରିବାକୁ ମଣ୍ଡପର ମାଲିକଙ୍କୁ କୁହାଯାଇଛି।

ଉତ୍ସବ ଆୟୋଜନ କରୁଥିବା ବ୍ୟକ୍ତି ଓ ମଣ୍ଡପ ମାଲିକ ନିୟମ ପାଳନ ଉପରେ ଗୁରୁତ୍ବ ଦେବେ । କଟକଣା ପାଳନ କରାଯାଉ ନ ଥିଲେ ଉଭୟଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି CMC ପକ୍ଷରୁ କୁହାଯାଇଛି । ଉତ୍ସବ ସମୟରେ CMC ଏନ୍‌ଫୋର୍ସମେଣ୍ଟ ଟିମ୍ ଓ ସ୍ଥାନୀୟ ପୋଲିସ ନିୟମକୁ ଠିକ୍ ଭାବେ ପାଳନ କରାଯାଉଛି କି ନାହିଁ ଏହାର ଯାଞ୍ଚ କରିବେ। ନୂଆ କଟକଣା ଚଳିତ ମାସ ୧ ତାରିଖରୁ ଲାଗୁ କରାଯାଇଥିବା ନିଗମ ପକ୍ଷରୁ ଆଜି ପ୍ରକାଶ ପାଇଥିବା ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.