ETV Bharat / city

ସିଏମସି ସେରୋ ସର୍ଭେ ରିପୋର୍ଟ: ଯୁବଗୋଷ୍ଠୀଙ୍କ ନିକଟରେ ରହିଛି ଅଧିକ ଆଣ୍ଟିବଡି

author img

By

Published : Nov 12, 2020, 8:41 PM IST

ସିଏମସିରେ ପ୍ରଥମ ପର୍ଯ୍ୟାୟରେ କରାଯାଇଥିବା ସେରୋ ସର୍ଭେ ରିପୋର୍ଟ ଆସିଛି । ରିପୋର୍ଟ ଅନୁଯାୟୀ 90 ପ୍ରତିଶତ ଲକ୍ଷଣବିହୀନ ଜଣାପଡିଛି । ଅଧିକ ପଢନ୍ତୁ...

ସିଏମସି ସେରୋ ସର୍ଭେ ରିପୋର୍ଟ
ସିଏମସି ସେରୋ ସର୍ଭେ ରିପୋର୍ଟ

ଭୁବନେଶ୍ବର: କଟକ ସହରରେ ହୋଇଥିବା ସେରୋ ସର୍ଭେ ରିପୋର୍ଟ ଆସିଛି । ରିପୋର୍ଟ ଅନୁଯାୟୀ ଅଧିକାଂଶ ଯୁବଗୋଷ୍ଠୀଙ୍କ ନିକଟରେ ଅଧିକ ଆଣ୍ଟିବଡି ଥିବାବେଳେ 90 ପ୍ରତିଶତ ଲୋକଙ୍କ ନିକଟରେ ଲକ୍ଷଣ ନଥିବା ଦେଖାଯାଇଛି ।

ସିଏମସି ସେରୋ ସର୍ଭେ ରିପୋର୍ଟ:

କଟକ ସହରରେ 2 ନଭେମ୍ବର ଠାରୁ 5 ନଭେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ 2 ହଜାର 274 ଟି ସାମ୍ପୁଲ ସଂଗ୍ରହ କରାଯାଇ ସେରୋ ସର୍ଭେ କରାଯାଇଥିଲା । ସେଥିମଧ୍ୟରୁ 25 ଟି ୱାର୍ଡରୁ 1634ଟି ସାମ୍ପୁଲ ସଂଗ୍ରହ କରାଯାଇଛି ଏବଂ 640 ଟି ହାଇରିକ୍ସ ଗ୍ରୁପରୁ ସାମ୍ପୁଲ କଲେକ୍ସନ କରାଯାଇଛି । ତେବେ ପୋଲିସ, କୋଭିଡ ଯୋଦ୍ଧା, ହେଲଥ କର୍ମଚାରୀ, ସରକାରୀ କର୍ମଚାରୀ ଗଣମାଧ୍ୟମକର୍ମୀ, ଆଦି ହାଇରିକ୍ସ ଗ୍ରୁପରେ ଅଛନ୍ତି । ତେବେ ସହରରେ 46.39 ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ଥିବା ଜଣାପଡିଛି ।

ଆଶାକର୍ମୀ, ଅଙ୍ଗନବାଡିକର୍ମୀ ଓ ଆରଏମଆରସିର 5ଟି ଟିମ୍ ମାଧ୍ୟମରେ ସେରୋ ସର୍ଭେ କରାଯାଇଥିଲା । ସର୍ଭେର ପ୍ରଥମ ପର୍ଯ୍ୟାୟରେ 25ଟି ଓ୍ବାର୍ଡର 60ଟି ପରିବାରରୁ ଆଣ୍ଟିବଡି ନିଆଯାଇଥିଲା । ପ୍ରତିଟି ପରିବାରରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ଠାରୁ ଆଣ୍ଟିବଡି ନିଆଯାଇ ପରୀକ୍ଷା କରାଯାଇଥିଲା । ସର୍ଭେ ପରେ ଓ୍ବାର୍ଡ ନମ୍ବର 16ରୁ 22 ପ୍ରତିଶତ ଓ 47 ନମ୍ବର ଓ୍ବାର୍ଡରୁ 67 ପ୍ରତିଶତ ଆଣ୍ଟିବଡି ମିଳିଥିବା ସୂଚନା ମିଳିଛି । ତେବେ ଯୁବଗୋଷ୍ଠୀଙ୍କ ନିକଟରେ ଅଧିକ ଆଣ୍ଟିବଡି ଥିବା ଜଣାପଡିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.