ETV Bharat / city

KFCରେ CMCର ଚଢାଉ, ମାନ ଯାଞ୍ଚ ପାଇଁ ପଠାଗଲା ଜବତ ଖାଦ୍ୟ ସାମଗ୍ରୀ - କଟକ ସହର ଖବର

ବାଦାମବାଡିରେ ଥିବା KFC ସେଣ୍ଟରରେ ଚଢାଉ କଲା CMC ଏନଫୋର୍ସମେଣ୍ଟ ଟିମ । ଖାଦ୍ୟ ସାମଗ୍ରୀ ଜବତ ସହ ମାନ ଯାଞ୍ଚ ପାଇଁ ଲ୍ୟାବ ପଠାଇଥିବା ସୂଚନା । ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ...

KFC ସେଣ୍ଟରରେ ସିଏମସିର ଚଢାଉ, ମାନ ଯାଞ୍ଚ ପାଇଁ ପଠାଗଲା ଜବତ ଖାଦ୍ୟ ସାମଗ୍ରୀ

author img

By

Published : Nov 2, 2021, 4:06 PM IST

Updated : Nov 2, 2021, 5:14 PM IST

କଟକ: ନିମ୍ନମାନର ଖାଦ୍ୟ ସାମଗ୍ରୀ ବିକ୍ରି ଅଭିଯୋଗରେ ବାଦାମବାଡିରେ ଥିବା KFC ସେଣ୍ଟରରେ ଚଢାଉ କରିଛି କଟକ ମହାନଗର ନିଗମ (CMC) ଟିମ । ନିମ୍ନମାନର ଖାଦ୍ୟ ସାମଗ୍ରୀ ବିକ୍ରି ହୋଉଥିବା ନେଇ ଅଭିଯୋଗ ହେବା ପରେ ସିଏମସି ଏନଫୋର୍ସମେଣ୍ଟ ଟିମ ଚଢାଉ କରି ଖାଦ୍ୟ ସାମଗ୍ରୀ ଜବତ କରିବା ସହ ଯାଞ୍ଚ ପାଇଁ ଲ୍ଯାବକୁ ପଠାଇଛି ।

KFC ସେଣ୍ଟରରେ ସିଏମସିର ଚଢାଉ, ମାନ ଯାଞ୍ଚ ପାଇଁ ପଠାଗଲା ଜବତ ଖାଦ୍ୟ ସାମଗ୍ରୀ

ସୂଚନା ଅନୁସାରେ, ଆଜି ଅପରାହ୍ନରେ ସିଏମସି ସ୍ୱାସ୍ୟ ବିଭାଗ ପକ୍ଷରୁ ବାଦାମବାଡି ଛକରେ ଥିବା KFC ସେଣ୍ଟରରେ ଅଚାନକ ଚଢ଼ାଉ କରାଯାଇଥିଲା । ଷ୍ଟଲରୁ ବିପୁଳ ପରିମାଣର ପୁରୁଣା ଷ୍ଚକ ବ୍ରେଡ଼,ବିନା ତାରିଖରେ ପ୍ରସ୍ତୁତ ଆମିଷ ଖାଦ୍ୟ ସାମଗ୍ରୀ ଓ ଫ୍ରାଏଡ ରାଇସକୁ ଜବତ କରିବା ସହ ଏହାର ଗୁଣବତ୍ତା ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଛି ଏନଫୋର୍ସମେଣ୍ଟ ଟିମ । ଏହି ଷ୍ଟଲରେ ବାସୀ ତଥା ନିମ୍ନମାନର ଖାଦ୍ୟ ବିକ୍ରି କରାଯାଉଥିବା ନେଇ ଗ୍ରାହକଙ୍କ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରେ ଏହି ଚଢ଼ାଉ କରାଯାଇଥିବା ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।

ତେବେ ଆଜିର ରେଡ ପରେ ସେଣ୍ଟରକୁ ନୋଟିସ ଜାରି କରାଯାଇଛି । ମାନ ଯାଞ୍ଚ ପାଇଁ ପଠାଯାଇଥିବା ଖାଦ୍ୟ ସାମଗ୍ରୀ ରିପୋର୍ଟ ଆସିବାକୁ ଅପେକ୍ଷା କରିଛି ସିଏମସି । ତେବେ ଯାଞ୍ଚରେ ଖାଦ୍ୟ ସାମଗ୍ରୀ ନିମ୍ନମାନର ବୋଲି ଜଣାପଡିଲେ ସେଣ୍ଟରକୁ ସିଲ ମଧ୍ୟ କରାଯାଇ ପାରେ ବୋଲି ସିଏମସି ଅଧିକାରୀ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିିଭି ଭାରତ

Last Updated : Nov 2, 2021, 5:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.