କଟକ: ଶନିବାର ସିଲଭର ସିଟି ହେବ ସଟଡାଉନ । ଆଉ ଏହା ଦୁଇ ଦିନ ଧରି ଜାରି ରହିବ। ତେବେ ଏହି ସମୟରେ ଯଦି କୌଣସି ଜନସାଧାରଣ ଘରୁ ବାହାରକୁ ଆସିବେ ସିଏମସି ଏନଫୋର୍ସମେଣ୍ଟ ଟିମ୍ ଓ ପୋଲିସ କର୍ମଚାରୀଙ୍କ ତାଙ୍କ ଉପରେ ରଖିବେ କଡା ନଜର ।
କୋରୋନାର ଭୟାବହକୁ ଆଖିଆଗରେ ରଖି ରାଜ୍ୟ ସରକାର 11ଟି ଜିଲ୍ଲା ପାଇଁ ଏହି ନିୟମ କାର୍ଯ୍ୟକାରୀ କରିଛନ୍ତି । ତେବେ ଏହା କଟକରେ ବେଶ କଡାକଡି ଭାବରେ ପାଳନ କରାଯିବା ନେଇ ସୂଚନା ରହିଛି। ଏହାସହ ଲୋକଙ୍କ ସୁବିଧାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ଅର୍ଡର କରିବା ମାତ୍ରେ ଘରେ ପହଁଞ୍ଚିବ କ୍ଷୀର।
ତେବେ ଯଦି ସଟଡାଉନ ନିୟମ କେହିବି ଉଲଙ୍ଘନ କରିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ଦେଇଛି ପ୍ରଶାସନ ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ