ETV Bharat / city

ଆବାସ ଦୁର୍ନୀତି ମାମଲା: CMC ଗଠନ କଲା ଇଣ୍ଟରନାଲ କମିଟି

କଟକରେ ଆବାସ ଦୁର୍ନୀତି ଘଟଣାରେ ଦିନକୁ ଦିନ ଭିନ୍ନ ଭିନ୍ନ ମୋଡ ନେଉଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜା କରଣକୁ ଯଦିଓ ପୋଲିସ ଗିରଫ କରି ସାରିଛି । ଅଧିକ ପଢନ୍ତୁ

cmc commissioner ananya das reaction on house scam issue
ଆବାସ ଦୁର୍ନୀତି ମାମଲା: ସିଏମସିର ଇଣ୍ଟରନାଲ କମିଟି ଗଠନ
author img

By

Published : Feb 12, 2022, 8:06 AM IST

କଟକ: କଟକରେ ଆବାସ ଦୁର୍ନୀତି ଘଟଣାରେ ଦିନକୁ ଦିନ ଭିନ୍ନ ଭିନ୍ନ ମୋଡ ନେଉଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜା କରଣକୁ ଯଦିଓ ପୋଲିସ ଗିରଫ କରି ସାରିଛି । ତେବେ ଏହା ପଛରେ କିଛି ସିଏମସି କର୍ମଚାରୀ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଆବାସ ଦୁର୍ନୀତି ମାମଲା: ସିଏମସିର ଇଣ୍ଟରନାଲ କମିଟି ଗଠନ

ଦୀର୍ଘଦିନ ଧରି ସରକାରୀ ଘରକୁ କିପରି ବ୍ୟବହାର କରାଯାଇ କୋଟି କୋଟି ଟଙ୍କା ରୋଜଗାର ହେଉଥିଲା ଏବଂ ତାହା ପୁଣି ଜଣେ ହିଁ କରୁଥିଲା ଏହାକୁ ନେଇ କୌଣସି ଉତ୍ତର ମିଳିପାରୁ ନାହିଁ । କାରଣ ଜଣେ ବ୍ୟକ୍ତି ଏପରି କରିବାକୁ କିପରି ସାହସ କରିପାରିଲେ । ତୋବେ ତାଙ୍କ ପଛରେ ସିଏମସିର ଅନେକ ଅଧିକାରୀ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ଏଥିସହ ଘଟଣାର ତଦନ୍ତ ପାଇଁ ସିଏମସି ଏକ ଇଣ୍ଟରନାଲ ଟିମ ଗଠନ କରିଥିବା କମିଶନର କହିଛନ୍ତି । ରିପୋର୍ଟ ଆଧାରରେ ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.