ETV Bharat / city

ନେତାଜୀ ଜୟନ୍ତୀରେ ଜାନକୀନାଥ ଭବନରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଓଡିଆ ବଜାରଠାରେ ଥିବା ନେତଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ନେତାଜୀଙ୍କ ଜନ୍ମଜୟନ୍ତୀ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ରୂପ ନେଉଛି । ଏନେଇ ଗୁରୁବାର ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ ଏକ ବୈଠକ କରିଛନ୍ତି ।

ନେତାଜୀ ଜୟନ୍ତୀରେ ଜାନକୀନାଥ ଭବନରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
ନେତାଜୀ ଜୟନ୍ତୀରେ ଜାନକୀନାଥ ଭବନରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
author img

By

Published : Jan 21, 2021, 10:48 PM IST

କଟକ: ଓଡିଆ ବଜାରଠାରେ ଥିବା ନେତଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ନେତାଜୀଙ୍କ ଜନ୍ମଜୟନ୍ତି ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ରୂପ ନେଉଛି । ଗୁରୁବାର ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ ଦାସ ଏହି ସଂଗ୍ରହାଳୟକୁ ଆସି ଜନ୍ମ ଜୟନ୍ତୀ ପାଳନ କରିବାକୁ ନେଇ ଏକ ବୈଠକ କରିଛନ୍ତି । ଯେଉଁଥିରେ କଟକ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ ।

ନେତାଜୀ ଜୟନ୍ତୀରେ ଜାନକୀନାଥ ଭବନରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଶନିବାର ସକାଳ ୧୦.୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଂଗ୍ରହାଳୟକୁ ଆସି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏଥର ନେତାଜୀଙ୍କର 125ତମ ଜନ୍ମଜୟନ୍ତୀ ହୋଇଥିବାରୁ ଓଡିଆ ଏବଂ ମହାରାଷ୍ଟ୍ରର କଳାକାରମାନେ ନେତାଜୀଙ୍କ ଜୀବନୀ ଉପରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ।

ତେବେ ଏନେଇ ଗୁରୁବାର କଟକ ଜିଲ୍ଲାପାଳ, ଡିସିପି ସହରର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.