କଟକ: କୋଭିଡ ସମୟରେ ଅନେକ ହରାଇଛନ୍ତି ନିଯୁକ୍ତି । କଟକରେ ମଧ୍ୟ ଏଭଳି ସମସ୍ୟା ନଜରକୁ ଆସିଛି । ଏହି କ୍ରମରେ ମିଶନ ଶକ୍ତି ଅଧୀନରେ ହାଜିଅଲି ଉତ୍ପାଦକ ଗୋଷ୍ଠୀ ଏକ ମାସ୍କ ବୁଣିବା ପ୍ରକ୍ରିୟା ଆରମ୍ଭ କରିଥିଲେ । ଯାହା ଫଳରେ ସେହି ମାସ୍କ ଲୋକଙ୍କ ପାଖରେ ମଧ୍ୟ ପହଞ୍ଚିଥିଲା ।
ପାଖାପାଖି 8 ଜିଲାକୁ ମାସ୍କ ରପ୍ତାନି ମଧ୍ୟ ହୋଇଥିଲା । ଏହାରି ଭିତରେ 4 ଲକ୍ଷରୁ ଅଧିକ ମାସ୍କ ତିଆରି କରି ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଜିଲ୍ଲାପାଳଙ୍କ ଜରିଆରେ ସେ 50 ହଜାର ଟଙ୍କାର ପୁରସ୍କାର ପାଇଛନ୍ତି । ତେବେ ଏହି ଗୋଷ୍ଠୀର କାମ ନିହାତି ଭାବରେ ଆଗାମୀ ଦିନରେ କଟକର ମାନକୁ ଆହୁରି ବୃଦ୍ଧି କରିବ । ଏନେଇ ଆଶା ରଖିଛି ଜିଲ୍ଲା ପ୍ରସାଶନ ।
କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ