ETV Bharat / city

IPS ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଫ୍ୟାମିଲି ହାଉସିଂ ପାଇଁ ହଜାରେ କୋଟି - ଓଡିଶା ପୋଲିସ ଫ୍ୟାମିଲି ହାଉସିଂ ଘୋଷଣା

ଓଡ଼ିଶା ପୋଲିସର ଫ୍ୟାମିଲି ହାଉସିଂ ପାଇଁ ଆସନ୍ତା ୫ ବର୍ଷରେ ଖର୍ଚ୍ଚ ହେବ ଏକ ହଜାର କୋଟି । IPS ସମ୍ମିଳନୀର ଉଦ୍‌ଯାପନୀ ଦିବସରେ ଯୋଗ ଦେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଧିକ ପଢନ୍ତୁ

CM announces Family Housing package for odisha police as 63rd odisha senior police offices conferences ends
IPS ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଫ୍ୟାମିଲି ହାଉସିଂ ପାଇଁ ହଜାରେ କୋଟି
author img

By

Published : Dec 18, 2021, 8:44 PM IST

Updated : Dec 18, 2021, 8:49 PM IST

କଟକ: ଓଡ଼ିଶା ପୋଲିସର ଫ୍ୟାମିଲି ହାଉସିଂ (Family Housing ) ପାଇଁ ଆସନ୍ତା ୫ ବର୍ଷରେ ଖର୍ଚ୍ଚ ହେବ ଏକ ହଜାର କୋଟି । IPS ସମ୍ମିଳନୀର ଉଦ୍‌ଯାପନୀ ଦିବସରେ ଯୋଗ ଦେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ରାଜ୍ୟ ପୋଲିସ DG ଅଭୟ ସୂଚନା ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଡ଼ିଜି ଅଭୟ।

IPS ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଫ୍ୟାମିଲି ହାଉସିଂ ପାଇଁ ହଜାରେ କୋଟି

କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଚାଲିଥିବା 63ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଶେଷ ହୋଇଛି। 3 ଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ମାଓ ସମସ୍ୟା, ଆଇନ ଶୃଙ୍ଖଳା, ଅପରାଧ ମୁକାବିଲା, ସାଇବର ଅପରାଧ, ନିଶା କାରବାର, ମହିଳା ତଥା ଦୁର୍ବଳ ବର୍ଗ ଓ ଶିଶୁ ସମ୍ପର୍କିତ ଅପରାଧ, CCTNS ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଏହାମଧ୍ୟ ପଢନ୍ତୁ: Odisha Police Wins First Prize At NCRB Conference: ICJS Project ପାଇଁ ସର୍ବଭାରତୀୟ ସ୍ତରରେ ଓଡିଶା ପୋଲିସ ପ୍ରଥମ

ଶନିବାର ଶେଷ ଦିନରେ ମୁଖ୍ୟ ଶାସନ ସଚିବଙ୍କ ସହ ମୁଖ୍ୟମନ୍ତ୍ରୀ ମଧ୍ୟ ଭର୍ଚୁଆଲ ମାଧ୍ୟମରେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଗାମୀ 5 ବର୍ଷ ମଧ୍ୟରେ ପୋଲିସ କର୍ମଚାରୀଙ୍କ ପାଇଁ ଗୃହ ନିର୍ମାଣ ବାବଦରେ ଏକ ହଜ଼ାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଘୋଷଣା କରିଥିଲେ ।

ଏଥିସହିତ ରାଜ୍ୟରେ ଆଇନ ଶୃଙ୍ଖଳା ମୁକାବିଲା ଓ ଅପରାଧ ନିୟନ୍ତ୍ରଣ ସମେତ ମାଓ ମୁକାବିଲା, COVID ଓ ବାତ୍ୟା ମୁକାବିଲା କ୍ଷେତ୍ରରେ ପୋଲିସର କାର୍ଯ୍ୟ ପାଇଁ ରାଜ୍ୟ ପୋଲିସ ବିଭାଗକୁ ପ୍ରଶଂସା କରିଥିଲେ । ତେବେ ସାଇବର ଅପରାଧ ଆଗକୁ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ଏହି ସମ୍ମିଳନୀରେ ରଣନୀତି ପ୍ରସ୍ତୁତ କରାଯାଇଥିବା ସୂଚନା ଦେଇଛନ୍ତି ଆଇନ ଶୃଙ୍ଖଳା ବିଭାଗ ଅତିରିକ୍ତ DG ରାଧାକୃଷ୍ଣ ଶର୍ମା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 18, 2021, 8:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.