କଟକ: ସମାଜରେ ଏପରି ଲୋକ ରହିଛନ୍ତି, ଯିଏ ପିନ୍ଧିବା ପାଇଁ କପଡା ଖଣ୍ଡେ ମଧ୍ୟ ପାଉନାହାନ୍ତି । ଏହାକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମର ତତ୍ବାବଧାନରେ ଓଡିଶା ପତିତ ଉଧାର ସମିତି ପକ୍ଷରୁ ଆରମ୍ଭ ହୋଇଛି ପୋଷାକ ସଂଗ୍ରହ ଅଭିଯାନ ।
କଟକ ସତିଚଉରା ନିକଟରେ ଓଡିଶା ପତିତ ଉଧାର ସମିତି ପକ୍ଷରୁ ଆଜି(ଶୁକ୍ରବାର) ଏକ ଷ୍ଟଲ ଖୋଲା ଯାଇଥିଲା । ପୁରୁଣା ଡ୍ରେସକୁ ନ ଫିଙ୍ଗି ଦାନ କରିବାକୁ ଏହି ସମିତି ସାଧାରଣଙ୍କୁ ନିବେଦନ କରିଥିଲା । ତେବେ ଏହି ଷ୍ଟଲ ସାହାଯ୍ୟରେ ଦରିଦ୍ର ଅସହାୟ ମାନଙ୍କ ପାଇଁ ଅନେକ ବ୍ୟକ୍ତି ସେମାନଙ୍କ ପୁରୁଣା କପଡା ଦାନ କରିଥିଲେ । ତେବେ ଏଥିରେ ଶିଶୁ, ମହିଳା ଓ ପୁରୁଷ ଏଭଳି 3 ଟି ବର୍ଗରେ କପଡା ସଂଗ୍ରହ କରାଯାଇଛି ।
ଇଟିଭି ଭାରତ, କଟକ