କଟକ: ଅକ୍ଟୋବର 15 ତାରିଖରୁ ସିନେମା ହଲ ଖୋଲିବା ପାଇଁ କେନ୍ଦ୍ରସରକାର ଅନୁମତି ପ୍ରଦାନ କରିଛନ୍ତି । ଏହାକୁ ହଲ କର୍ତ୍ତୃପକ୍ଷ ମଧ୍ୟ ସ୍ବାଗତ କରିଛନ୍ତି । ତେବେ ଅନେକ ଦିନ ହେବ ହଲ ବନ୍ଦ ଥିବାରୁ ଖୋଲିବା ପାଇଁ ସମୟ ଲାଗିବ ବୋଲି ହଲ କର୍ତ୍ତୃପକ୍ଷ କହିଛନ୍ତି ।
ଫଳରେ ଚଳିତ ପୂଜା ସିଜିନରେ ଦର୍ଶକ ହଲରେ ଫିଲ୍ମ ଦେଖିବାର ସୁଯୋଗ ପାଇବେନି ବୋଲି କୁହାଯାଉଛି । କୋଭିଡ୍ ଲକଡାଉନ ପାଇଁ ହଲ୍ ଗୁଡିକ ବନ୍ଦ ପଡିଥିବାବେଳେ ସରକାର ଏହାକୁ ଅକ୍ଟୋବର 15 ତାରିଖ ପରେ ଖୋଲିବାକୁ ଅନୁମତି ଦେଇଛନ୍ତି ।
ତେବେ କୋଭିଡ୍ ପାଇଁ ଅନେକ କର୍ମଚାରୀ ନଆସିବା ତଥା ହଲର ଅବସ୍ଥା ସୁଧାରିବା ଆଦି କହି ଖୋଲିବାକୁ ସମୟ ଲାଗିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ । ଯଦିଓ କୋଭିଡ୍ ନିୟମ ମାନି ହଲ ଖୋଲାଯିବ ତଥାପି ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକ ମଧ୍ୟ ଆସିବେ ନାହିଁ ।
ସେହିପରି ଏସଓପି ଆସିଲେ ଏନେଇ ଚିନ୍ତା କରାଯିବ ବୋଲି କଟକ ସ୍ଥିତ ବୃନ୍ଦାବନ ହଲ ମ୍ୟାନେଜର କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ