ETV Bharat / city

ଫିକା ପଡିବ କଟକିଆଙ୍କ ଗୁଡି ଉଡା: ମାଞ୍ଜା ସୂତା ବ୍ୟାନ, ନମାନିଲେ ଗଣିବେ ଫାଇନ

କୋରୋନା ପାଇଁ ଫିକା ପଡିବ ମକର ସଂକ୍ରାନ୍ତ ଓ କଟିକିଆଙ୍କ ଗୁଡି ଉଡା । ଚିନ୍ତାରେ ଗୁଡି ବ୍ୟବସାୟୀ । ମାଞ୍ଜାଦିଆ ସୂତା ଉପରେ କଟକଣା । ନିୟମ ନ ମାନିଲେ ଗଣିବେ ଫାଇନ । ଅଧିକ ପଢନ୍ତୁ...

Chinese manja banned in Cuttack city, This Makar Sankranti  Flying kites to go colourless in silver city
ଫିକା ପଡିବ କଟକିଆଙ୍କ ଗୁଡି ଉଡା: ମାଞ୍ଜାଦିଆ ସୂତା ବ୍ୟାନ, ଗଣିବେ ଫାଇନ
author img

By

Published : Jan 13, 2021, 10:58 PM IST

କଟକ: ଉଡି ଉଡି ଉଡି, ଯାରେ ଉଡି, ଏ ମୋର ଗୁଡି, ଖାନା ଖାନା ତୁ କାନି, ଏ ମୋର ଲଚକମାଣି । ଏ ଗୀତଟି ଶୁଣିଲେ ଆଜିବି ମନେପଡିଯାଏ ମକର ସଂକ୍ରାନ୍ତିର ଗୁଡି ଉଡା ଦିନ । ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଏହି ଗୀତଟି କଟକିଆଙ୍କ ଭାବାବେଗକୁ ବେଶ ଛୁଇଁ ପାରିଛି । କଟକିଆଙ୍କର ବଡ ସଉକ ମାଞ୍ଜାଦିଆ ସୂତାରେ ଗୁଡି ଉଡାଇବା । ଆଉ ଏନେଇ ସବୁ ବର୍ଷ ପରି ଏବର୍ଷ ମଧ୍ୟ ବେଶ ଚଳଚଞ୍ଚଳ ହୋଇପଡିଛି ସିଲଭର ସିଟି । ହେଲେ କୋଭିଡ କଟକଣା ଜାରି ରହିଥିବା ଯୋଗୁଁ ଫିକା ପଡିବାକୁ ଯାଉଛି ଏବର୍ଷର ମକର ସଂକ୍ରାନ୍ତି । ଯାହାକୁ ନେଇ ନିରାଶ ଗୁଡି ବ୍ୟବସାୟୀ ।

ଫିକା ପଡିବ କଟକିଆଙ୍କ ଗୁଡି ଉଡା: ମାଞ୍ଜାଦିଆ ସୂତା ବ୍ୟାନ, ଗଣିବେ ଫାଇନ

ରାସ୍ତା କଡରେ ବେପାର ମେଲାଇଛନ୍ତି ଗୁଡି ବ୍ୟବସାୟୀ। ବଜାର ଘାଟ ରେ କିଛି ମାତ୍ରାରେ ଲୋକେ ଗୁଡି କିଣିବାର ଦୃଶ୍ୟ ଦେଖିବାକୁ ମିଳୁଛି । କିନ୍ତୁ ଆଗପରି ବେପାର ଜମୁନି । ବ୍ୟବସାୟର ଅନେକ ବର୍ଷ ମଧ୍ୟରେଏପରି ସ୍ଥିତି ପ୍ରଥମ ବୋଲି କହିଛନ୍ତି ବ୍ୟବସାୟୀ । ସେପଟେ,ମାଞ୍ଜାଦିଆ ସୂତାକୁ ବାରଣ କରିଛି କଟକ ମହାନଗର ନିଗମ । ଯେଉଁଟି ବି ଏହି ସୂତା ନଜର ଆସିବ । ସେହି ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସିଏମସି ପକ୍ଷରୁ ଏକ ଟିମ ଗଠନ ହୋଇଛି । ଯେଉଁଠି ବି ମାଞ୍ଜା ସୂତାର ବ୍ୟବହାର ହେଉଥିବାର ଦେଖିବେ । ସଙ୍ଗେସଙ୍ଗେ ସେହି ବ୍ୟକ୍ତିଙ୍କୁ ମୋଟା ଅଙ୍କର ଫାଇନ କରିବ ଏହି ଟିମ ।କୋଭିଡ କଟକଣା ପାଇଁ ଫିକା ପଡିବ ମକର ସଂକ୍ରନ୍ତି ଆଉ କଟିକିଆଙ୍କ ଗୁଡିଉଡା । ଯଦି ଏଭଳି ସ୍ଥିତି ଆଗକୁ ରହେ, ତେବେ କେତେ ଯେ ପର୍ବ ଧୋଇଯିବ ତାହା ଏବେଠୁ ସ୍ପଷ୍ଟ ବାରି ହୋଇପଡୁଛି ।

କଟକରୁ ପ୍ରଭୁକଲ୍ୟାଣ ପାଳ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.