ETV Bharat / city

ଚିଲିକା ଓ ଆର୍ଦ୍ର ଭୂମି ସୁରକ୍ଷା ମାମଲା; କୋର୍ଟରେ ହାଜର ହେଲେ କେନ୍ଦ୍ରାପଡା-ପୁରୀ ଜିଲ୍ଳାପାଳ ଓ ଏସପି - chilika lake case in hc

ଚିଲିକା ଓ ଆର୍ଦ୍ର ଭୂମି ସୁରକ୍ଷା ମାମଲା । ହାଇକୋର୍ଟରେ ହାଜର ହେଲେ କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାର ଜିଲ୍ଳାପାଳ ଓ ଏସପି । ଡିସେମ୍ବର ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ

chilika lake and wetland protection case puri and kendrapara sp and collector appear in high court
ଚିଲିକା ଓ ଆଦ୍ର ଭୂମି ସୁରକ୍ଷା ମାମଲା
author img

By

Published : Nov 17, 2021, 4:25 PM IST

Updated : Nov 17, 2021, 5:54 PM IST

କଟକ: ଚିଲିକା ଓ ଭିତରକନିକା ଆଦ୍ରଭୂମି ସୁରକ୍ଷା ମାମଲା । ହାଇକୋର୍ଟରେ ଭିସିରେ ହାଜର ହେଲେ କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାର ଜିଲ୍ଲାପାଳ ଓ ଏସପି । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା । ଡିସେମ୍ବର ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି।

ବୁଧବାର ହାଇକୋର୍ଟରେ ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ମାମଲା ନେଇ ଭିତରକନିକାର ୨୯୭ ହେକ୍ଟର ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି । ଏ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଓ ଯେଉଁ ମାନଙ୍କ ବିରୋଧରେ ମାମଲା ହୋଇଛି ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛି । ଆଗାମୀ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ କୃଷି ସଚିବ ଭର୍ଚ୍ଚୁଆଲରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ । ଚିଙ୍ଗୁଡ଼ି ଘେରିର ସାଟେଲାଇଟ ଫଟୋ ପାଇଥିବା ହାଇକୋର୍ଟଙ୍କୁ ଅବଗତ କଲେ କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାପାଳ।

କୋର୍ଟରେ ହାଜର ହେଲେ କେନ୍ଦ୍ରାପଡା-ପୁରୀ ଜିଲ୍ଳାପାଳ ଓ ଏସପି

ସେହିପରି ଚିଙ୍ଗୁଡ଼ି ଘେରି ଉଛେଦ ପାଇଁ ୧୦ ଦିନ ମଧ୍ୟରେ ସ୍ବତନ୍ତ୍ର ବୈଠକ ଡ଼କାଇବାକୁ ନିର୍ଦ୍ଦେଶ ଦେଇଛି । ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ଏବଂ ମତ୍ସ ବିଭାଗ ସଚିବ ମିଳିତ ଭାବେ ଡାକିବେ ବୈଠକ। ବୈଠକରେ ଉପସ୍ଥିତ ରହିବେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପି । ବୈଠକରେ ନିଷ୍ପତ୍ତି ନେଇ ଉଛେଦ ହେବ ଚିଙ୍ଗୁଡ଼ି ଘେରି । ସଂପୃକ୍ତ ଜିଲ୍ଲାର ଏସପି ମାନେ ଉଚ୍ଛେଦରେ ନିୟୋଜିତ ପୋଲିସ ଫୋର୍ସଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ ନିୟମିତ ବୁଝାଇବେ।

ଡିସେମ୍ବର ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି । ସେଦିନ ଉପସ୍ଥିତ ରହିବେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ରହିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

Last Updated : Nov 17, 2021, 5:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.