ETV Bharat / city

ଶିଶୁ ପାଇଁ ଦିନଟିଏ: କଟକରେ ଅବହେଳିତ ଶିଶୁଙ୍କ ସ୍ଥିତିରେ ସୁଧାର ଆସୁଛି

ଶିଶୁ ସୁରକ୍ଷା ଦିଗରେ ବିକଶିତ ହେଉଛି କଟକ ଜିଲ୍ଲା (Childrens are more secure in cuttack says zilla parishad chairman) । ଗତବର୍ଷ ତୁଳନାରେ କଟକର 14 ବ୍ଲକରେ ବର୍ତ୍ତମାନ ଶିଶୁ ମାନଙ୍କ ସ୍ଥିତିରେ ବେଶ ସୁଧାର ଆସିଛି । ଅଧିକ ପଢ଼ନ୍ତୁ

author img

By

Published : Sep 22, 2022, 3:20 PM IST

ଶିଶୁ ପାଇଁ ଦିନଟିଏ: କଟକରେ ଅବହେଳିତ ଶିଶୁଙ୍କ ସ୍ଥିତିରେ ସୁଧାର ଆସୁଛି
ଶିଶୁ ପାଇଁ ଦିନଟିଏ: କଟକରେ ଅବହେଳିତ ଶିଶୁଙ୍କ ସ୍ଥିତିରେ ସୁଧାର ଆସୁଛି

କଟକ: ଶିଶୁ ସୁରକ୍ଷା ଦିଗରେ ବିକଶିତ ହେଉଛି କଟକ ଜିଲ୍ଲା(Childrens are more secure in cuttack says zilla parishad chairman)। ଗତବର୍ଷ ତୁଳନାରେ ବର୍ତ୍ତମାନ ସୁଦ୍ଧା କଟକର 14 ବ୍ଲକରେ ଶିଶୁ ମାନଙ୍କ ସ୍ଥିତିରେ ବେଶ ସୁଧାର ଆସିଛି । ସରକାରୀ ଯୋଜନା ସେମାନଙ୍କ ପାଖରେ ପହଞ୍ଚିବା ସହ ସେମାନଙ୍କ ମୌଳିକ ଆବଶ୍ୟକତା ମଧ୍ୟ ପୂରଣ ଦିଗରେ ପଦକ୍ଷେପ ନିଆଯାଉଛି । ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନଟିଏ ବୈଠକରେ ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ।

ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ସିଡବ୍ଲୁସି ଓ ଅନ୍ୟାନ୍ୟ ବିଭାଗର ଉଦ୍ୟମରେ ଏହି ଅଭିଯାନ କଟକ ଜିଲ୍ଲାରେ ସଫଳ ଦିଗରେ ଅଗ୍ରସର ହେଉଛି । ତେବେ ରେଟିଂ ଅନୁସାରେ କଟକର ସ୍ଥାନ ଏବେ ଅନେକ ଜିଲ୍ଲା ମାନଙ୍କ ଠୁ ଆଗରେ ରହିଛି । ପିଲାଙ୍କ ନିମନ୍ତେ ଅଙ୍ଗନବାଡିରେ ପାଠ୍ୟକ୍ରମ, ଖାଦ୍ୟ, ପାନୀୟ, ପୋଷାକ ବିତରଣ, ସ୍ୱାସ୍ଥ୍ୟ ଆଦି ଦିଗ ଉପରେ ବେଶୀ ଫୋକସ କରୁଛନ୍ତି ରାଜ୍ୟ ସରକାର ।

ଆଜିର ଶିଶୁ କାଲିର ଭବିଷ୍ୟତକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଦୃଢ଼ତାର ସହିତ ଏହି ତମାମ କାର୍ଯ୍ୟକୁ ସୂଚାରୁ ରୂପେ ପାଳନ କରୁଛି । ଏହି ଅବସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବୈଠକରେ କଟକ ଶିଶୁ ସୁରକ୍ଷା ବିଭାଗ, ଜିଲ୍ଲା ପରିଷଦ ସିଡବ୍ଲୁସି, କମିଶନରେଟ ପୋଲିସ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଶିଶୁ ହେଉଛନ୍ତି ସମାଜର ସବୁଠାରୁ ସମ୍ବେଦନଶୀଳ ବର୍ଗ । ସେମାନଙ୍କର ଅଧିକାର ସମୂହର ସୁରକ୍ଷା ଆବଶ୍ୟକ । ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଏକାନ୍ତ ଆବଶ୍ୟକ ।

ଏହା ମଧ୍ୟ ପଢ଼ନ୍ତୁ.... ଶିଶୁ ସୁରକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ସମନ୍ୱିତ ପ୍ରୟାସ ଆବଶ୍ୟକ

ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ମିଶ୍ର କହିଛନ୍ତି, '' ଶିଶୁ ପାଇଁ ଦିନଟିଏ ଚିନ୍ତନ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବହେଳିତ ଶିଶୁଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଯେଉଁ ପିଲାମାନେ ସାମାଜିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ବା ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ସେହି ପିଲାଙ୍କୁ ଏଥିରେ ସାମିଲ କରାଯିବାର ଯୋଜନା କରାଯାଇଛି ।

ଏହାରି ମାଧ୍ୟମରେ ପିଲାମାନଙ୍କୁ ସମସ୍ତ ସୁବିଧା ମିଳି ପାରିବ । ତେବେ ଯେଉଁ ଘରେ ଆର୍ଥିକ ସ୍ଥିତି ଦୁର୍ବଳ ଥାଏ କିମ୍ବା ଶିକ୍ଷାଗତ ଯୋଗ୍ୟତା କମ ଥାଏ ସେଠାର ଏହି ସବୁ ପିଲାଙ୍କୁ ଦେଖିବାକୁ ମିଳେ । ତେଣୁ ସେହି ଭଳି ପିଲା ଅର୍ଥାତ ଯେଉଁମାନେ ଶିକ୍ଷା, ମୌଳିକ ସୁବିଧା ଏବଂ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ସେହିଭଳି ପିଲାଙ୍କୁ ଏଥିରେ ସାମିଲ କରାଯିବ । ତେବେ ଶିଶୁ ସୁରକ୍ଷା ଦିଗରେ କଟକ ଅନେକ ଆଗେଇଛି । ଆଗକୁ ମଧ୍ୟ ଆହୁରି ଆଗେଇବ ।''

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.