ETV Bharat / city

ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ, ହାଇକୋର୍ଟରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

author img

By

Published : Jan 29, 2021, 8:54 AM IST

ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଅଧିକ ପଢନ୍ତୁ...

ପ୍ରଦୀପ ପାଣିଗ୍ରାହୀ
ପ୍ରଦୀପ ପାଣିଗ୍ରାହୀ

କଟକ: ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ । ହାଇକୋର୍ଟରେ ଏନେଇ ସେ ଆବେଦନ କରିଛନ୍ତି ।

ସେ ଦାୟର କରିଥିବା ଆବେଦନରେ ଦର୍ଶାଇଛନ୍ତି ଯେ, ଭିଜିଲାନ୍ସର ଏକ ତରଫା ଅଭିଯୋଗକୁ ଆଧାର କରି ତାଙ୍କ ବିରୋଧରେ ଆପତତଃ ପ୍ରମାଣ ରହିଛି ବୋଲି ଲୋକାୟୁକ୍ତ କହିଥିବା ବେଳେ ଏହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ସେ ଜେଲରେ ଥିବାବେଳେ ତାଙ୍କୁ ଏହି ପ୍ରସଙ୍ଗରେ କୌଣସି ପ୍ରକାର ନୋଟିସ୍ ପ୍ରଦାନ କରାଯାଇ ନଥିଲା। ଭିଜିଲାନ୍ସର ଏହି ପ୍ରସଙ୍ଗରେ କଣ ଅଭିଯୋଗ ରହିଛି ତାହା ମଧ୍ୟ ତାଙ୍କୁ ଜଣାନାହିଁ।

ଲୋକାୟୁକ୍ତଙ୍କ ନିକଟରେ ମାମଲାର ଶୁଣାଣି ସମୟରେ ତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନଥିଲା। ଏଭଳି ସ୍ଥିତିରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଅସାମ୍ବିଧାନିକ। ଲୋକାୟୁକ୍ତଙ୍କ ଏ ସମ୍ପର୍କିତ ନିର୍ଦ୍ଦେଶ ଓ ପ୍ରକ୍ରିୟାକୁ ରଦ୍ଦ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ମାମଲାରେ ଲୋକାୟୁକ୍ତ ଓ ଭିଜିଲାନ୍ସକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଦୀପଙ୍କ ବିରୋଧରେ ତଦନ୍ତ କରି ଦୁଇ ମାସ ଭିତରେ ରିପୋର୍ଟ ଦାଖଲ ପାଇଁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.