ETV Bharat / city

କ୍ରାଇମ ଜୋନ ପାଲଟିଛି କଟକ, ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ - crime

ସିଲଭର ସିଟିରେ ବଢୁଛି ଅପରାଧ । ଦିନ ଦ୍ବିପ୍ରହରରେ ହେଉଛି ଲୁଟପାଟ ଓ ଡକାୟତି । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଡକାୟତ । ସିସିଟିଭି ଲଗାଇବାକୁ ସହରବାସୀ ଦାବି କରିଛନ୍ତି । ଅଧିକ ପଢନ୍ତୁ...

cctv yet to installed in cuttack to check activity of criminal as crime increase in silver city day by day
କ୍ରାଇମ ଜୋନ ପାଲଟିଛି କଟକ , ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ
author img

By

Published : Jan 11, 2021, 10:18 PM IST

କଟକ: ସିଲଭର ସିଟିରେ ବଢୁଛି ଅପରାଧ । ଦିନ ଦ୍ବିପ୍ରହରରେ ହେଉଛି ଲୁଟପାଟ ଓ ଡକାୟତି । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଡକାୟତ । ପ୍ରତ୍ୟକ ଦିନ ସହରରେ କେଉଁଠି ନାଁ କେଉଁଠି ଚୋରି, ଡକାୟତି ମାମଲା ଦେଖିବାକୁ ମିଳୁଛି । କହିଵାକୁ ଗଲେ ଅପରାଧୀଙ୍କ ଚାଲକୁ ବୁଝି ପାରୁନି ପୋଲିସ। କୋରୋନା ଯୋଗୁଁ ଲୋକଙ୍କ ରୋଜଗାର ଯାଇଛି । ସ୍ଥିତି ଏମିତି ହୋଇଛି ଯେ ପେଟ ପୋଷିବା ପାଇଁ ଅସାଧୁ ବାଟକୁ ଆପଣାଉଛନ୍ତି ଅନେକ ଯୁବକ । ଯେଉଁଥିପାଇଁ ଚୋରି ଡକାୟତି ମାମଲା ବୃଦ୍ଧି ପାଉଛି।

କେବଳ ସେତିକି ନୁହେଁ, କେତେବେଳେ ମହିଳାଙ୍କୁ ଦୁଷ୍କର୍ମ କରାଯାଉଛି ତ ଆଉ କେତେବେଳେ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି ଦୁବୃର୍ତ୍ତ । ଆଉ ସେମାନଙ୍କୁ ଧରିବାରେ ସକ୍ଷମ ହେଉ ନାହାନ୍ତି ପୋଲିସ ବାବୁ। ଯାହା କଟକବାସୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ସହରରେ ସିସିଟିଭି ନଥିବାରୁ ଅପରାଧିମାନେ ସହଜରେ ଅପରାଧ ଘଟାଇ ଖସି ଯାଉଛନ୍ତି। ସିସିଟିଭି ଲଗାଇବାକୁ ସହରବାସୀ ଦାବି କରିଛନ୍ତି।

କ୍ରାଇମ ଜୋନ ପାଲଟିଛି କଟକ , ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ
ସହରରେ ସିସିଟିଭି ଲାଗିବା ପାଇଁ ଦୀର୍ଘ ଦିନ ଧରି ଯୋଜନା ଚାଲିଛି। ଏନେଇ ପୋଲିସ ହାଉସିଂ ବୋର୍ଡ ସହ ଆଲୋଚନା କରାଯିବା ସହ ଆବଶ୍ୟକ ଟଙ୍କା ମଧ୍ୟ ମଞ୍ଜୁର କରାଯାଇଛି। ଜାତୀୟ ରାଜପଥ,ଚୌଦ୍ବାର,ଜଗତପୁର ଓ ସଦର ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡିକରେ ଲଗାଯିବ ସିସିଟିଭି । ବିଭିନ୍ନ ଦିଗ ପ୍ରତି ଲକ୍ଷ ରଖି ଏହା ଲଗାଯିବ। ବିଶେଷକରି ଗାଡିର ନମ୍ବର ପ୍ଲେଟ ,ଚାଳକଙ୍କ ମୁହଁ ,ସିଟବେଲ୍ଟ, ହେଲମେଟ ଆଦି ପିନ୍ଧି ନଥିବା ବ୍ୟକ୍ତିଙ୍କୁ ଚିହ୍ନଟ କିଭଳି କରାଯାଇପାରିବ ସେଦିଗକୁ ଅନୁଧ୍ୟାନ କରାଯାଇ ସଫ୍ଟୱାୟାର ପ୍ରସ୍ତୁତ କରାଯାଉଛି। ସହରର ବିଭିନ୍ନ କଲୋନୀ ଲୋକଙ୍କୁ ମଧ୍ୟ ସିସିଟିଭି ଲଗାଇବାକୁ କୁହାଯାଇଛି।
ତେବେ ଖୁବଶୀଘ୍ର ଏହା କରାଯିବ ବୋଲି କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ସହରକୁ ସୁରକ୍ଷା ଦେବେକୁ ୧୦ କୋଟି ଟଙ୍କାର ବ୍ୟୟରେ ୧୯୭ ଟି ଓ୍ବୟାରଲେସ ସିସି କ୍ୟାମେରା ଏଯାବତ ସହରରେ ଲାଗିପାରିଲା ନାହିଁ। ରାଜ୍ୟ ପୋଲିସ ହାଉସିଂ ଓ ଓ୍ବେଲଫେୟାର କର୍ପୋରେସନ ପକ୍ଷରୁ ସହରରେ କ୍ୟାମେରା ଖଞ୍ଜିବାକୁ ଦାୟିତ୍ବ ଦିଆଯାଇଛି । କିନ୍ତୁ ଏହା କେବଳ କାଗଜ କଲମରେ ସୀମିତ ରହିଯାଇଛି। ସମନ୍ବୟ ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.