କଟକ: ନିରାଶ ହେଉଛନ୍ତି କ୍ୟାଟ୍ରିଙ୍ଗ ବ୍ୟବସାୟୀ । ସବୁ ଦିଗକୁ ସରକାର ନଜର ଦେଉଛନ୍ତି । ହେଲେ ଏହି ବ୍ୟବସାୟ ଉପରେ ଏଯାବତ୍ ଦୃଷ୍ଟି ଦେଉ ନାହାନ୍ତି ରାଜ୍ୟ ସରକାର । ଏ ନେଇ ଅଭିଯୋଗ କରିଛନ୍ତି କ୍ୟାଟ୍ରିଙ୍ଗ ବ୍ୟବସାୟୀ ।
କୋରୋନା ସଙ୍କଟ ମଧ୍ୟରେ ଲାଗୁ ହୋଇଥିବା ଲକଡାଉନ ଯୋଗୁ ସମସ୍ତ କ୍ଷେତ୍ର ପ୍ରଭାବିତ ହୋଇଛି । ଏଥିରୁ ବାଦ ପଡିନାହାଁନ୍ତି କ୍ୟାଟ୍ରିଙ୍ଗ ବ୍ୟବସାୟୀ । କାରଣ କୋରୋନାକୁ ନେଇ ଗତ ଦୁଇ ମାସ ହେବ ବିବାହ ଭୋଜି ବନ୍ଦ ଥିବାବେଳେ ବର୍ତ୍ତମାନ ନିୟମ ଅନୁଯାୟୀ ସୀମିତ ସଂଖ୍ୟାରେ ବିବାହ ଅନୁଷ୍ଠିତ ହେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ନିୟମ ଅନୁସାରେ ଏକ ଭୋଜିରେ 50ରୁ ଊର୍ଦ୍ଧ୍ବ ଲୋକ ରହିପାରିବେ ନାହିଁ । ହେଲେ ଏହା କ୍ୟାଟ୍ରିଙ୍ଗ ବ୍ୟବସାୟୀଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ । 50 ବଦଳରେ ଯଦି 300 ଲୋକଙ୍କୁ ସମାଜିକ ଦୂରତ୍ୱ ଆଧାରରେ ଖାଦ୍ୟ ତିଆରି ଓ ପରସିବା ପାଇଁ ଅନୁମତି ମିଳିବ ତେବେ ଆମ ପରିବାର ଓ ବ୍ୟବସାୟ ଭଲରେ ଚାଲି ପାରିବ ବୋଲି ବୁଧବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏପରି ମତ ରଖିଛି ସଂଘ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ