କଟକ: ନବମ ଓ ଦଶମ ଶ୍ରେଣୀ ପାଠପଢା ପାଇଁ ଆସିଲା ନୂଆ ସିଲାବସ୍ । ଏଣିକି ଚାରୋଟି ନୂଆ ଵିଷୟ ପାଠ୍ୟକ୍ରମରେ ରହିବ । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଵୋର୍ଡ କର୍ତ୍ତୃପକ୍ଷ । ଚଳିତ ଵର୍ଷଠାରୁ ଏହି ଵିଷୟ ଗୁଡିକ ନଵମରେ ଆରମ୍ଭ କରାଯିବ । ଆସନ୍ତା ଵର୍ଷଠାରୁ ଦଶମରେ ଏହି ଵିଷୟ ଗୁଡିକୁ ଆରମ୍ଭ କରାଯିବ। ୨୦୨୨-୨୩ ଶିକ୍ଷାବର୍ଷରେ ଲାଗୁହେବ ନୂଆ କରିକୁଲମ୍ ।
ଚଳିତ ବର୍ଷର ପାଠପଢା ଅଧାଅଧି ଆରମ୍ଭ ହୋଇ ଯାଇଥିବାରୁ ଏଥର କେବଳ ନବମ ଶ୍ରେଣୀରେ ଲାଗୁ ହେବ ଏହି ସିଲାବସ୍ । ଆଉ ଆସନ୍ତା ବର୍ଷ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏହି ନୂଆ ସିଲାବସରେ ପାଠ ପଢିବେ । ଆସପେରେସନାଲ୍ କମ୍ପୋନେଣ୍ଟରେ ୪ଟି ବିଭାଗ ରହିବ। ସେଗୁଡ଼ିକ ହେଲା ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲମ ଆକ୍ଟିଭିଟି ଓ ବେସିକ୍ ଆଇଟି ସ୍କିଲ୍ ।
ଆସ୍ପିରେସନାଲ୍ କମ୍ପୋନେଣ୍ଟରେ ୪ଟି ବିଭାଗ କଣ?
ବୁକ୍ ରିଭ୍ୟୁ: ଛାତ୍ରଛାତ୍ରୀମାନେ ପ୍ରଥମେ ବଢି ପଢି ସାରାଂଶ ଲେଖିବେ । ବେଷ୍ଟ ସେଲର ବୁକ , ଫିକ୍ସନ୍ ବହି, କ୍ଳାସିକ୍ ବହି ପଢି ସମରୀ ଲେଖିବେ । କିନ୍ତୁ ଗ୍ରାଫିକ୍ସ ନୋଭେଲ୍ ବା ଗ୍ରାଫିକ୍ସ ଫିକ୍ସନ୍ ବା କୌଣସି ବାୟୋଗ୍ରାଫିର ରିଭ୍ୟୁ କରିପାରିବେ ନାହିଁ ।
ପ୍ରୋଜେକ୍ଟ ୱାର୍କ: ଫରମେଟିଭ୍ ଆସେସ୍ମେଣ୍ଟ, ଗଣିତ, ସାମାଜିକ ବିଜ୍ଞାନ ଆଦିରେ ଛାତ୍ରଛାତ୍ରୀମାନେ ପ୍ରୋଜେକ୍ଟ ଓ୍ବାର୍କ କରୁଛନ୍ତି । କିନ୍ତୁ ଏଥର ଛାତ୍ରଛାତ୍ରୀମାନେ ପାଠ୍ୟ ପୁସ୍ତକ ଭିତର ଓ ବାହାର ବିଷୟକୁ ନେଇ ପ୍ରୋଜେକ୍ଟ ୱାର୍କ କରିବେ । ଯେଉଁ ଓ୍ବାର୍କଟି ସେମାନେ ଫରମେଟିଭ୍ ଆସେସ୍ମେଣ୍ଟରେ କରିଥିଲେ ସେମାନେ ଆଉ ଦ୍ବିତୀୟଥର କରିବେ ନାହିଁ ।
କୋ-କରିକୁଲମ ଆକ୍ଟିଭିଟି: ପ୍ରତି ସ୍କୁଲରେ କୋ-କରିକୁଲମ ଆକ୍ଟିଭିଟି ହେଉଛି। କିନ୍ତୁ ବର୍ତ୍ତମାନ ତାହା ବାଧ୍ୟତାମୂଳକ କରାଯିବ । କୋ-କରିକୁଲମ ଆକ୍ଟିଭିଟି ୭ଟି ଆକ୍ଟିଭିଟିକୁ ନିଆଯାଇଛି। ଫିଜିକାଲ୍ ଡେଭ୍ଲପ୍ମେଣ୍ଟ ଆକ୍ଟିଭିଟିକୁ ବାଧ୍ୟତାମୂଳକ କରାଯାଇଛି ।
ବେସିକ୍ ଆଇଟି ସ୍କିଲ୍: ସ୍କୁଲରେ ସବୁ ଛାତ୍ରଛାତ୍ରୀ ବେସିକ୍ ଆଇଟି ସ୍କିଲ୍ ପାଇବେ । କାରଣ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସବୁ ସ୍କୁଲ 5-Tରେ ଅନ୍ତର୍ଭୁକ୍ତ ହୋଇଯିବେ । ଇଣ୍ଟରନେଟ୍ କେମିତି ବ୍ୟବହାର କରିବେ, ତାହା ମଧ୍ୟ ପିଲାଙ୍କୁ ତାଲିମ ଦିଆଯିବ ।
ପ୍ରତ୍ୟେକ ବିଭାଗ ପାଇଁ ୨୫ ଲେଖାଏଁ ମାର୍କ ରହିବ। ଏହିପରି ୪ଟି ବିଭାଗ ପାଇଁ ମୋଟ ୧୦୦ ମାର୍କ ରହିବ। ପ୍ରତି ଵିଷୟର ମୋଟ ମାର୍କ ୨୫ରହିବ। ପ୍ରଥମ ତିନୋଟି ପରୀକ୍ଷା ୫ମାର୍କ ଵିଶିଷ୍ଟ ହେଵ ଓ ଶେଷ ପରୀକ୍ଷା ୧୦ମାର୍କର ହେଵ। ମୋଟ ଚାରିଟି ଵିଷୟର ଯେଉଁ ଶହେ ମାର୍କର ପରୀକ୍ଷା ହେଵ ସେଥିରୁ ଛାତ୍ରଛାତ୍ରୀ ୮୦ମାର୍କରୁ ଅଧିକ ରଖିଲେ ଏ ଗ୍ରେଡ,୬୦ରୁ ୮୦ପ୍ରତିଶତ ଵି ଗ୍ରେଡ, ୪୦ରୁ ୬୦ପ୍ରତିଶତ ସି ଗ୍ରେଡ ଓ ୪୦ତଳକୁ ଡି ଗ୍ରେଡ ପାଇଵେ । ତେଵେ ଏହି ମାର୍କ ଵା ଗ୍ରେଡ ଛାତ୍ରଛାତ୍ରୀଙ୍କର ସାର୍ଟିଫିକେଟରେ ଦିଆଯିବ। ପ୍ରମୁଖ ଵିଷୟ ଗୁଡିକର ପରୀକ୍ଷାରେ ପରୀକ୍ଷାର୍ଥୀ ଯେଉଁ ନମ୍ବର ରଖିଥିଵେ ସେଥିରେ ଏହି ମାର୍କ ମିଶିଵ ନାହିଁ । ତେଣୁ ପରୀକ୍ଷା ଫଳ ନିର୍ଦ୍ଧାରଣରେ ଏହି ମାର୍କ ଯୋଡା ଯିଵ ନାହିଁ ।
ଇଟିଭି ଭାରତ, କଟକ