ETV Bharat / city

ବ୍ରଜରାଜନଗର ଉପନିର୍ବାଚନ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୋଲିସ ଡିଜି

ଆସନ୍ତା 31ରେ ହେବାକୁ ଥିବା ଝାରସୁଗୁଡା ଜିଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଶଂଲଙ୍କ ସମୀକ୍ଷା ବୈଠକ । ଉପନିର୍ବାଚନ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ଡିଜି । ଅଧିକ ପଢନ୍ତୁ

ପୋଲିସ ଡିଜି
ପୋଲିସ ଡିଜି
author img

By

Published : May 26, 2022, 5:10 PM IST

କଟକ: ଆସନ୍ତା 31 ରେ ହେବାକୁ ଥିବା ଝାରସୁଗୁଡା ଜିଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଶଂଲଙ୍କ ସମୀକ୍ଷା ବୈଠକ । ଉପନିର୍ବାଚନ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ଡିଜି । କିପରି ଭାବରେ ନିର୍ବଚନ ସୁରୁଖୁରୁରେ ଶେଷ ହେବ ତାହାକୁ ନେଇ ଵିଭାଗର ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ନିର୍ବଚନ ପାଇଁ ମୋଟ 12 ପ୍ଲାଟୁନ ଫୋର୍ସ ହେବେ ମୁତୟନ । ଏହାସହ 25 ମୋବାଇଲ ପେଟ୍ରୋଲିଂ ପାର୍ଟି , 6 ଫ୍ଲାଇଂ ସ୍କ୍ବାର୍ଡ , 10 ଏସଏସଟି ସହ ଜିଲ୍ଲା ପୋଲିସ ମୁତୟନ ରହିବେ। ନିର୍ବାଚନକୁ ମୁକ୍ତ, ନିରପେକ୍ଷ ସ୍ବଚ୍ଛ, ଏବଂ ଘଟଣା ମୁକ୍ତ ନିର୍ବାଚନ ଉପରେ ଡିଜିପି ଗୁରୁତ୍ବାରୋପ କରିଥିଲେ। ନିର୍ବାଚନ ଆଦର୍ଶ ଆଚରଣ ସଂହିତାକୁ କଡାକଡି ଲାଗୁ କରିବା ଏବଂ ପୋଲିସର ବ୍ୟବସ୍ଥା ତଥା ଭିଭିଆଇପି ପରିଦର୍ଶନ ସହିତ ସୁରକ୍ଷା ବ୍ୟବସ୍ଥା ପାଇଁ ECI ନିର୍ଦ୍ଦେଶାବଳୀ ପାଳନ କରିବା ଉପରେ ସେ ଗୁରୁତ୍ବରୋପ କରିଥିଲେ।

ବୈଠକରେ ଏଡିଜିପି ଆଇନ ଶୃଙ୍ଖଳା ଆରକେ ଶର୍ମା ନିର୍ବଚନ ମଣ୍ଡଳୀର ତମାମ ସୁରକ୍ଷା ବଳୟକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ନିର୍ବାଚନୀ ବିଗୁଲ ବାଜିବା ଦିନଠୁ ପୋଲିସ ବର୍ତ୍ତମାନ ସୁଦ୍ଧା 1150 ଲିଟର ମଦ, 2 ଟି ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହାସହ 138 ନୋ ଏକ୍ସାଇଜ ମାମଲା ପଞ୍ଜିକରଣ ମଧ୍ୟ କରିଛି । ଏପର୍ଯ୍ୟନ୍ତ 90 ବିଚାରାଧୀନ ୱାରେଣ୍ଟ ଜାରି କରିଛି ପୋଲିସ। ଇଭିଏମ ଗୁଡିକର ନିରାପତ୍ତା ଓ ସୁରକ୍ଷା ଯୋଗାଇବା ପାଇଁ ସିସିଟିଭି କଭରେଜ ମୁତୟନ ଓ ଷ୍ଟ୍ରଙ୍ଗ ରୁମକୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ପୋଲିସ ଡିଜି ।

ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀକୁ କଡାକଡି କାର୍ଯ୍ୟକାରୀ କରିବା ସହିତ ନିର୍ବାଚନକୁ ସୁରକ୍ଷାର ସହ ପରିଚାଳନା କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ପୋଲିସ ଡିଜିଙ୍କ ସମେତ ଅନ୍ୟାନ୍ୟ ଉଚ୍ଚ ପଦସ୍ତ ଅଧକାରୀ ଉପସ୍ଥିତ ଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.