କଟକ: ରାଜରାସ୍ତାକୁ ଓହ୍ଲାଇଲା ଅଲ ଓଡିଶା ବିପିୟୁଟି ଫାର୍ମାସି ଛାତ୍ର ସଙ୍ଘ । ଅଫ ଲାଇନ ବଦଳରେ ଅନ ଲାଇନ ପରୀକ୍ଷା କରିବାକୁ ଦାବି କରିଛନ୍ତି ଛାତ୍ର ସଙ୍ଘ ।
ତେବେ କୋଭିଡ ସ୍ଥିତି ଧିରେ ଧିରେ ଭୟାନକ ହେଉଥିବାରୁ ଅଫ ଲାଇନ ପରୀକ୍ଷା ଫଳରେ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ର ସଙ୍ଘ । ଏହାସହ ଅନେକ ଶିକ୍ଷାନୁଷ୍ଠାନ ବର୍ତ୍ତମାନ ସୁଦ୍ଧା ହଟସ୍ପଟ ହୋଇସାରିଲାଣି । ଏହାରି ମଧ୍ୟରେ ଅନେକ ଶିକ୍ଷାନୁଷ୍ଠାନକୁ ସିଲ ମଧ୍ୟ କରାଯାଇଛି । ତେବେ ଏହି ପରୀକ୍ଷାକୁ ଯଦି ଅନଲାଇନ କରାନଯାଏ ତେବେ ଆଗମୀ ଦିନରେ ଯେଉଁ ସ୍ଥିତି ସୃଷ୍ଟି ହେବ ତାହା ପାଇଁ ଶିକ୍ଷାନୁଷ୍ଠାନ କର୍ମକର୍ତ୍ତା ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ